AD

The bridge collapsed and vehicles like trucks and bikes fell into the river ବ୍ରିଜ ଭୁଶୁଡ଼ି ଟ୍ରକ୍, ବାଇକ୍ ଆଦି ଯାନବାହନ ନଦୀକୁ ଖସି ପଡ଼ିଛି

 


ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଫଳରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍, ବାଇକ୍ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ପୋଲ ଉପରେ ଡମ୍ପର ଓ ୨ଟି ବାଇକ ଯାଉଥିବା ବେଳେ ହଠାତ୍‌ ପୋଲଟି ଗଳିପଡିଥିଲା ।

ଏହି ଅଘଟଣ ପରେ ନଦୀରେ ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଏହାପରେ ସମସ୍ତ ୧୦ ଜଣଙ୍କୁ ନଦୀରୁ ବାହାର କରାଯାଇ ଜୀବନ ରକ୍ଷା କରାଯାଇଛି।

 

Post a Comment

0 Comments