AD

The baby elephant went with the mother ମା ସହ ଗଲା ହାତୀଛୁଆ

 


ମା ଠାରୁ ଅଲଗା ହୋଇଗଲା ଛୁଆ ହାତୀ ମା  ହାତୀ ସହ ହାତୀ ଛୁଆ କୁ ମିଶାଇବା ପାଇଁ ବନ ବିଭାଗ  ପ୍ରୟାସ  ହାତୀଛୁଆକୁ କେହି ନ ଛୁଇଁବାକୁ ଘୋଷଣା କଲା ବନବିଭାଗମଣିଷ ଛୁଇଁଦେଲେ ହାତୀପଲରେ ଛୁଆକୁ ନିଅନ୍ତି ନାହିଁ ହାତୀପଲ

ବାଟ ବଣା ହୋଇଯାଇଛି କୁନି ହାତୀଟି। । ଲୋକେ ତାକୁ ଚାରିଆଡ଼େ ଘେରି ରଖିଛନ୍ତି। ତାକୁ ଚିଡ଼ାଉଛନ୍ତି। କୁନି ହାତୀଟି ଡରି ଯାଉଛି। କେତେବେଳେ ଗୋଡ଼େଇ ଆସୁଛି। ଆଉ କେତେବେଳେ ଗଛ ପଛପଟେ ଲୁଚିଯାଉଛି। ଆଉ ଟିକେ ଦୂରକୁ ଦେଖନ୍ତୁ। ବିଲ ସେପଟେ ଡେରାପକାଇଛନ୍ତି ହାତୀପଲ। ହାତୀର ମା ସେହି ପଲ ଭିତରେ ଥିବ ନିଶ୍ଚୟ କିନ୍ତୁ ଏହି କୁନି ହାତୀଟି ଗୋଠ ଛଡ଼ା ହୋଇଯାଇଛି।  ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଗୋହିରା ଗ୍ରାମରେ ଦେଖିବା କୁ ମିଳିଥିଲା। କୁନି ହାତୀଟି ଏମିତି ଗୋଠ ଛଡ଼ା ହୋଇ ବୁଲୁଥିବା ନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ପ୍ରଥମେ ଲୋକଙ୍କୁ ସଚେତନ କରିଥିଲା। କାରଣ ବିଶ୍ବାସ କରାଯାଏ ଯଦି ହାତୀ ଛୁଆକୁ ମଣିଷ ଛୁଇଁ ଦେବ ତେବେ ମା ତାକୁ ଆଉ ଗ୍ରହଣ କରିବନି। ତେଣୁ ଡାକବାଜି ଜରିଆରେ ଲୋକଙ୍କୁ ସଚେତନ କରାଯାଇଛି।

ଲୋକେ ପାଖକୁ ଯାଇନଥିଲେ। ବନ ବିଭାଗ କର୍ମଚାରୀ ହାତୀଟିକୁ ଧିରେ ଧିରେ ଅଡ଼େଇ ନେଇଯାଇଥିଲେ ମା ପାଖକୁ। ଆଉ କୁନି ହାତୀକୁ ଯେହେତୁ ମଣିଷ ଛୁଇଁ ନଥିଲେ ତେଣୁ ମା ହାତୀ ତାକୁ କୋଳେଇ ନେଇିଥିଲା। ଦେଖନ୍ତୁ ଏହାପରର ଦୃଶ୍ୟ କେମିତି କୁନି ହାତୀଟିକୁ ତାର ମା ସାଙ୍ଗରେ ନେଇ ଯାଉଛି। ଆଉ କୁନି ହାତୀଟି ସବୁ ଡର ଛାଡ଼ି ସାଙ୍ଗରେ ଚାଲିଛି।

Post a Comment

0 Comments