AD

Scenery of a tiger walking in the forest of Chheip ଚଢେଇପଙ୍କ ଜଙ୍ଗଲରେ ଏକ ବାଘ ବୁଲୁଥିବା ଦୃଶ୍ୟ

 


ମୋବାଇଲ କ୍ୟାମେରାରେ କଏଦ ହୋଇଛି ବାଘ ବୁଲୁଥିବାର ଦୃଶ୍ୟ । ବିଲ ହୁଡାରୁ ଜଙ୍ଗଲ ଆଡକୁ ଯାଉଛି ବାଘଟିଏ । ଏଇ ହେଉଛି ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ଚଢେଇପଙ୍କ ଜଙ୍ଗରେ ଏକ ବାଘ ବୁଲୁଥିବା ଦୃଶ୍ୟ । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି ହୋଇଛି । ରବିବାର ସକାଳେ ଚଡେଇପଙ୍କ ମହାନଦୀ ଘାଟ ଜଙ୍ଗଲରେ ବାଘଟି ବୁଲୁଥିବା ଲୋକେ ଦେଖି ମୋବାଇଲରେ ଭିଡିଓ କରିଥିଲେ । ଏହା ପରେ ବନ ବିଭାଗକୁ ଖବର ଦେଇଥିଲେ। ଏବେ ଖରିଫ ଋତୁରେ ଧାନ ଚାଷ ଚାଲିଥିବାରୁ ସକାଳୁ ଲୋକେ କ୍ଷେତକୁ ଯାଉଛନ୍ତି । ଚାଷ ଜମି ଜଙ୍ଗଲକୁ ଲାଗିରହିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକେ କହିଛନ୍ତି ପୂର୍ବରୁ ଏହି ଅଞ୍ଚଳରେ କେହି କେବେ ବାଘ ଦେଖିନଥିଲେ । ଏଥିପାଇଁ ଲୋକଙ୍କ ମଧ୍ୟରେ  ବାଘ ସଂପର୍କରେ ଜାଣିବା ପାଇଁ ପ୍ରବଳ ଆଗ୍ରହ ଦେଖାଦେଇଛି 

ବନ ବିଭାଗ କେତେକ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଛି। ବାଘଟି ନିର୍ଦ୍ଦିଷ୍ଠ କେଉଁ ସ୍ଥାନରେ ରହିଛି ତାକୁ ଠାବ ପାଇଁ ଉଲୁଣ୍ଡା ରେଞ୍ଜ ବନବିଭାଗର ଏକ ସ୍ବତନ୍ତ୍ର ଦଳ ଲାଗିଛନ୍ତି । ବାଘ ଦେଖାଦେଇଥିବା ଅଞ୍ଚଳ ପରଠାରୁ ରେଢାଖୋଳ ସଂରକ୍ଷିତ  ଜଙ୍ଗଲ ଥିବାରୁ ଏହି ଜଙ୍ଗଲ ମଧ୍ୟକୁ ବାଘଟି  ଚାଲିଯାଇଥିବା ଅନୁମାନ କରାଯାଉଛି । ତେବେ ଏହା ଏକ କଲରାପତରିଆ କି ମହାବଳ ତାହା ବନ ବିଭାଗ ସ୍ପଷ୍ଟ କରିନାହିଁ ।

Post a Comment

0 Comments