AD

rain in the state from 11th ପୁଣି ରାଜ୍ୟରେ ୧୧ ତାରିଖରୁ ବର୍ଷା

 


ପୁଣି ରାଜ୍ୟରେ ୧୧ ତାରିଖରୁ ଆରମ୍ଭ ହେବ ବର୍ଷା । ବିଜୁଳି ଘଡ଼ଘଡ଼ି ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ତେବେ ୧୨ ତାରିଖଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ହାରାହାରି ୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୭.୮ ମିଲିମିଟର ତୁଳନାରେ ୧୧୯ ପ୍ରତିଶତ ଅଧିକ । ସର୍ବାଧିକ ବର୍ଷା ବାଲେଶ୍ବର ଜିଲ୍ଲାର ପାଟଣାଗଡ଼ ଠାରେ ୧୦୨.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । 

 

Post a Comment

0 Comments