AD

Maa Bhattarika temple was submerged in flood water ମା’ ଭଟ୍ଟାରିକା ମନ୍ଦିର ବନ୍ୟା ଜଳରେ ବୁଡ଼ିଲା

 


ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି। ଫଳରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କୁ ଅସ୍ଥାୟୀ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ପ୍ରତିଥର ପରି ଏଥର ମଧ୍ୟ ବନ୍ୟା ଜଳ ପଶିବାରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରୁ ମା’ଙ୍କର ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମାଙ୍କ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି।

 

Post a Comment

0 Comments