AD

Jaawan is coming to the silver screen after an unprecedented success ଅପୂର୍ବ ସଫଳତା ପରେ ପରଦାକୁ ଆସୁଛି ଜବାନ





ଆଜି ରିଲିଜ ହୋଇଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଜବାନ ଏଥିପାଇଁ ପ୍ରାୟ ସମସ୍ତ ହଲ୍ ରହିଛି ହାଉସଫୁଲ କିଙ୍ଗଖାନ୍ଙ୍କ ପ୍ରଂଶସକ ଠାରୁ ଆରମ୍ଭ କରି ସିନେପ୍ରେମୀ ଯାଏଁ ସମସ୍ତେଜବାନକୁ ବଡପରଦାରେ ଦେଖିବାକୁ ଚାହିଁରହିଛନ୍ତି ଏଥିପାଇଁ ଆଡଭାନ୍ସ ଟିକେଟ ବିକ୍ରିରେ ବି ରେକର୍ଡ କରିଛି ସିନେମା ପ୍ରଥମ ଦିନ ପାଇଁ ଆଗୁଆ ସାଢେ ଲକ୍ଷ ଟିକେଟ୍ ବିକ୍ରି ସରିଥିବା ବେଳେ ପ୍ରାୟ ସମସ୍ତ ହଲ୍ ଗୁଡିକ ହାଉସଫୁଲ ରହିଛି

ଭୁବନେଶ୍ବର ସମେତ ସାରା ଦେଶରେ କ୍ରେଜି ଫ୍ୟାନ୍। ବଡ଼ ପରଦାରେ ଫିଲ୍ମ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ସମସ୍ତେ। ହଲ୍ ଆଗରେ କେଉଁଠି ବିରାଟ ପୋଷ୍ଟର ଲାଗିଛି ପୁଣି କେଉଁଠି କିଙ୍ଗ ଖାନଙ୍କ କଟ ଆଉଟ ମନ ମୋହୁଛି। ଦମଦାର ଆକ୍ସନରେ ଭରପୁର ରହିଛି ଫିଲ୍ମ ଏଟଲିଙ୍କ ନିର୍ଦ୍ଦେଶନାରେ ଜୱାନରେ ନୟନତାରା, ବିଜୟ ସେତୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ୍ , ସାନ୍ୟା ମଲହୋତ୍ରା ସୁନୀଲ ଗ୍ରୋଭର ବି ଗୁରୁତ୍ବ ପୂର୍ଣ୍ଣ ଭୂମିକାରେ ନଜର ଆସିବେ ଫିଲ୍ମ ପାଇଁ ଆଗୁଆ ବିଭିନ୍ନ ହଲରେ ବୁକିଂ କରାଯାଇଛି। ସାରା ବିଶ୍ବରେ ଜବାନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ

 


Post a Comment

0 Comments