AD

Instagram is working on a new feature ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଉପରେ କାମ କରୁଛି

 


ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ଫିଚର ସାହାଯ୍ୟରେ କଣ୍ଟେଟ କ୍ରିଏଟର୍ସ ନିଜ ଷ୍ଟୋରୀର କମେଣ୍ଟକୁ ହାଇଲାଇଟ କରିପାରିବେ । ଏହି ଫିଚରକୁ ନେଇ କମ୍ପାନୀ ଟେଷ୍ଟିଙ୍ଗ କରୁଛି । ଆଇଜି ଅପଡେଟ୍ସ ଚ୍ୟାନେଲର ଏକ ପୋଷ୍ଟରେ ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ ମୋସେରୀ କହିଛନ୍ତି ଯେ କ୍ରିଏଟର୍ସଙ୍କ ଆକର୍ଷଣୀୟ କମେଣ୍ଟକୁ ହାଇଲାଇଟ୍ କରିବାକୁ ଆମେ ସହଜ କରିବାକୁ ଚାହୁଁଛୁ । ରିପୋର୍ଟ ଅନୁଯାୟୀ, ମୋସେରୀ ଆହୁରି ମଧ୍ୟ କହିଛନ୍ତି ଯେ ପବ୍ଲିକ ଆକାଉଣ୍ଟ ପାଇଁ କୌଣସି ପବ୍ଲିକ ଫିଡ ପୋଷ୍ଟ କିମ୍ବା ରିଲ୍ସର କମେଣ୍ଟକୁ ସେମାନଙ୍କ ଷ୍ଟୋରୀରେ ସେୟାର କରିବାର କ୍ଷମତା ପାଇଁ ଟ୍ରାଏଲ କରାଯାଉଛି ।

ଏହି ଫିଚରର ଟ୍ରାଏଲରେ ଅଂଶ ଗ୍ରହଣ କରୁଥିବା ପ୍ରଡ୍ୟୁସର କୌଣସି କମେଣ୍ଟକୁ ସ୍ୱାଇପ୍ କରି Add to story icon ଉପରେ ଟ୍ୟାପ୍ କରି ଏହାକୁ ହାଇଲାଇଟ୍ କରିପାରିବେ। ଷ୍ଟୋରୀ ଫିଡରେ, କମେଣ୍ଟ ଗୁଡିକ ରିଏଲ ପୋଷ୍ଟ ସହିତ ଦେଖାଯିବ । କିନ୍ତୁ ମୋସେରୀ ଫିଚରକୁ ପବ୍ଲିକ ରୋଲଆଉଟ କିମ୍ବା ଟ୍ରାଏଲ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି । ଇନଷ୍ଟାଗ୍ରାମ ଏକ ଫିଚର ଉପରେ କାମ କରୁଛି ଯାହା ୟୁଜର୍ସଙ୍କୁ ଅଡିଓ ନୋଟ୍ ତିଆରି କରିବାକୁ ସୁବିଧା ଦେବ । ଫିଚରକୁ ନେଇ ଇନଷ୍ଟାଗ୍ରାମ ମୁଖ୍ୟ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ସର୍ବସାଧାରଣରେ କିଛି ପରୀକ୍ଷା କରିବା ଆରମ୍ଭ କରିନାହୁଁ, କିନ୍ତୁ ଆପଣଙ୍କ ସାଙ୍ଗମାନଙ୍କ ସହ ସେୟାର କରିବାକୁ ଅଡିଓ ନୋଟ୍ ତିଆରି କରିବାର କ୍ଷମତା ଉପରେ କାର୍ଯ୍ୟ କରୁଛୁ । ମେଟା ପ୍ରଥମେ ଡିସେମ୍ବର ୨୦୨୨ରେ ଇନଷ୍ଟାଗ୍ରାମରେ ନୋଟ୍ସ ଆଣିଥିଲା, ଯାହା ୟୁଜରମାନଙ୍କୁ ସେମାନଙ୍କର ଚିନ୍ତାଧାରା ସେୟାର କରିବାରେ ସାହାଯ୍ୟ କରିଥିଲା ।

 

Post a Comment

0 Comments