ସଫଳତାପୂର୍ବକ ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଉତକ୍ଷେପଣ କରାଯାଇଛି
। ଆଜି ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେସ ସେଣ୍ଟରୁ ୧୧.୫୦ ମିନିଟ
ସମୟରେ ସଫଳତାପୂର୍ବତ ଉତକ୍ଷେପଣ କରାଯାଇଛି । PSLV-C57 ରେ ଆଦିତ୍ୟ L1 କୁ ଉତ୍କ୍ଷେପଣ କରାଯାଇଛି
।
୧୪୮୦
କିଲୋଗ୍ରାମ ଓଜନ ଆଦିତ୍ୟ L1 ଇସ୍ରୋର ବାହୁବଳୀ କହାଯାଉଥିବା ରକେଟ ପିଏସଏଏଭି ଜରିଆରେ ଲଞ୍ଚ
କରାଯାଇଛି । ଏହା ପିଏସଏଲଭିର ୫୯ତମ ଲଞ୍ଚ । ଏହି ରକେଟର ସଫଳତା ୯୯ ପ୍ରତିଶତ ।
ଆଦିତ୍ୟ ଏଲ ୧ ମିଶନ ଏକ ଏପରି ମିଶନ ଯାହା ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ସୂର୍ଯ୍ୟ
ନିକଟରେ ଏକ ସ୍ୱତନ୍ତ୍ର ଦୂରତା ରକ୍ଷା କରି ପହଞ୍ଚିବ । ତାହା ଏଥି ପାଇଁ କରାଯିବ କାରଣ ଆଦିତ୍ୟ
ଏଲ ୧ ସୂର୍ଯ୍ୟ ନିକଟରେ ପହଁଚିଲେ ଏହା ଜଳି ନଷ୍ଟ ହେବାର ସମ୍ଭାବନା ରହିଛି । ପୃଥିବୀଠୁ
ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା
ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି
ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।
ଇସ୍ରୋ
ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ
ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ
ପ୍ରାୟ ୪ ମାସ ସମୟ ଲାଗିବ। ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା
ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ ।
0 Comments
Please do not enter any Spam Link in the comment Box ,