AD

If you forcefully collect money for worship, the police will arrest you ଏଣିକି ପୂଜା ପାଇଁ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କଲେ ବାନ୍ଧିବ ପୋଲିସ

 


ପାର୍ବଣର ଋତୁ ଆରମ୍ଭ ହୋଇଗଲାଣି । ଆଗକୁ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳି ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ହୋଇଗଲାଣି ଆରମ୍ଭ । ଏଥି ପାଇଁ ଚାନ୍ଦାଭେଦା ଆଦାୟ ପର୍ବ ମଧ୍ୟ ଜୋରଦାର ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ପୂଜା ନାଁରେ ଏଣିକି କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜାବଟି ଆଦାୟ ଉପରେ ଲାଗିବ ରୋକ ।  ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

 ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୋଲିସ । ସେହିପରି ପେଶାଦାର ଅପରାଧୀଙ୍କୁ ଧରିବାକୁ ଗଠନ ହୋଇଛି ସ୍ପେଶାଲ ଟିମ । ନିଶା କାରବାର ଉପରେ ନୀତିଦିନ ଚାଲିଛି ଚଢ଼ାଉ । ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଉପରେ କଡା ନଜର ରଖିଛି ପୋଲିସ ।

Post a Comment

0 Comments