AD

Hills drenched in torrential rain ଲଗାଣ ବର୍ଷାରେ ଧସିଲା ପାହାଡ଼

 


ଲଗାଣ ବର୍ଷା ଯୋଗୁଁ ଗଜପତିରେ ପାହାଡ ଧସି ରାସ୍ତା ଅବରୋଧ ହୋଇଛି। ଗତକାଲି ଗୁମ୍ମା ବ୍ଲକ ଦେବଗିର ପାହାଡ଼ ଧସିଯାଇ ରାସ୍ତା ଅବରୋଧ ହୋଇଛି। ଫଳରେ କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ରାସ୍ତାରେ ପଡ଼ିଥିଲା । କୁଜାସିଂ ଠାରୁ ଅଜୟଗଡ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ଉପରେ ୩ ଟି ଗାଁର ଲୋକମାନେ ସମ୍ପୂର୍ଣ ନିର୍ଭର ଥିବା ବେଳେ ସେମାନଙ୍କ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

  ଗୁମ୍ମା ବ୍ଳକର କିଛି ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ପଥର ହଟାଇ ଯାତାୟାତ ସ୍ବାଭାବିକ କରିବା ସୂଚନା ମିଳିଛି।

 

Post a Comment

0 Comments