AD

He went to save his brother and his brother died ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ

 


ଭାଇକୁ ବଞ୍ଚାଇ ପାରିଲାନି ଭାଇ। ଅଧାରେ ରହିଗଲା ଭୋଜି ଖିଆ । ଏହି ଦୁଃଖଦ ଘଟଣା ଘଟିଛି ମହାନଦୀର ଦେବୀଦ୍ବାର ଘାଟରେ  । ମୃତକ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଅରୁଣ ରାଉତରାୟ। ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର କିଛି ଯୁବକ ଭୋଜି କରିବାକୁ ବାଙ୍କୀ ଥାନା ଅନ୍ତର୍ଗତ ଦେବୀଦ୍ବାର ଘାଟ ନିକଟକୁ ଆସିଥିଲେ।

ଭୋଜି କରିବାକୁ ଆସି ମହାନଦୀରେ ଗାଧୋଉଥିବାବେଳେ ସାନ ଭାଇ ଭାସିଯାଇଥିଲେ। ବଡ଼ ଭାଇ ଅରୁଣ ରାଉତରାୟ ସାନ ଭାଇ ଭାସିଯାଉଥିବାଦେଖି ନଦୀକୁ ଡେଇଁ ପଡିଥିଲେ। ଆଉ ନିଜେ ପାଣି ସ୍ରୋତର ଭାସିଯାଇଥିଲେ। ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ମଧ୍ୟ ଉଦ୍ଧାର କରିପାରିନଥିଲେ। ଆଜି ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖି ଉଦ୍ଧାର କରିଥିଲେ।

 

 

Post a Comment

0 Comments