AD

floods in Brazil ବ୍ରାଜିଲରେ ଓ ବନ୍ୟା ବାତ୍ୟା

 


ବ୍ରାଜିଲରେ ବନ୍ୟା ଓ ବାତ୍ୟା ଯୋଗୁଁ ୨୧ ଜଣ ମୃତ୍ୟୁବରଣ କରିଥିବା ବେଳେ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବାତ୍ୟାରେ ମୃତକଙ୍କ ସଂଖ୍ୟା ବଢିପାରେ ।  ରିପୋର୍ଟ ମୁତାବକ, ମୁକୁମ ସହରର ୮୫ ପ୍ରତିଶତ ଭାଗରେ ବନ୍ୟା ଆସିଛି । ଘର ଛାତ ଉପରେ ଶତାଧିକ ଲୋକ  ଆଶ୍ରୟ ନେଇଛନ୍ତି ।

     ଖବର ମୁତାବକ, ଦକ୍ଷିଣ ବ୍ରାଜିଲରେ ୨୪ ଘଣ୍ଟାରୁ କମ୍‌ ସମୟରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି । ଏହାପରେ ବନ୍ୟା ଏବଂ ଭୂସ୍ଖଖନ ହୋଇଛି । ବନ୍ୟା ଯୋଗୁଁ ୨୧ ଜଣଙ୍କର ପ୍ରାଣ ଯାଇଛି । ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାରୀ ଟିମକୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡଛି । ସହରର ଅନେକ ଘରେ ପାଣି ଭରିଛି । ବ୍ରାଜିଲର ରିଓ ଗ୍ରାଣ୍ଡ ଡୋ ସୁଲ ଗଭର୍ଣ୍ଣର ଆପତ୍ତକାଳିନୀ ସ୍ଥିତି ଘୋଷଣା କରିଛନ୍ତି । ଅନେକ ଅଞ୍ଚଳରେ ହଜାର ଲୋକ ନିଜ ଘର ଛାଡିଯିବାକୁ ବାଧ୍ୟ ହୋଇଛନ୍ତି । ୫୦୦୦ରୁ ଅଧିକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ଏମାନଙ୍କୁ ଆକାଶ ପଥରେ ଉଦ୍ଧାର କରାଯାଉଛି । ଏହି ସହରର ୮୫ ପ୍ରତିଶତ ଅଞ୍ଚଳ ପାଣିରେ ବୁଡିରହିଛି । ଅନେକ ଘର ମୂଷଳଧାରା ବର୍ଷାରେ  ଭାସିଯାଇଛି ।

Post a Comment

0 Comments