AD

Farmers are worried ଚିନ୍ତା ଘାରୁଛି ଚାଷୀକୁ

 


ଚିନ୍ତା ଘାରୁଛି ଚାଷୀକୁ । ଏ ଦୁର୍ଦ୍ଦିନରେ କଣ କରିବ । ମହାନଦୀର ବନ୍ୟା ପାଣିରେ ବୁଡ଼ି ଗଲାଣି ଶହ ଶହ ହେକ୍ଟର ଧାନ ଚାଷ ଓ ପରିବା ଫସଲ । କେତେ କଷ୍ଟ କରି ଏ ଚାଷ କରିଥିଲା । କିନ୍ତୁ ସବୁ ଫସଲରେ ପାଣି ମାଡ଼ି ଯାଇଛି । ଫସଲ ଭଲ ହେଇଥିଲେ ଦୁଇ ପଇସା ରୋଜଗାର କରିଥାନ୍ତା । କିନ୍ତୁ ସବୁକିଛି ଫସର ଫାଟିଗଲା । ଏ ଚାଷୀ ଫସଲରୁ ଟଙ୍କା କଣ ରୋଜଗାର କରିବ ନିଜ ପରିବାରକୁ ଦୁଇ ମୁଠା ଖାଇବା ଦେବାକୁ ଅସମର୍ଥ । ଚଳିତ ମାସରେ ମହାନଦୀରେ ଆସିଥିବା ଦ୍ଵିତୀୟ ବନ୍ୟା ପାଣିରେ ବୁଡି ରହିଛି ଶହ ଶହ ହେକ୍ଟର ଧାନ ଚାଷ ଓ ପରିବା ଫସଲ । ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦରୁ ପାଣି ଆସିବା ଫଳରେ ମହାନଦୀରେ ସାତ ଲକ୍ଷ କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହୋଇଛି । ଏନେଇ କଟକ ଜିଲ୍ଲାର ବାଙ୍କୀ ବ୍ଲକର ସାତଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ଡମପଡ଼ା ବ୍ଲକର ବହୁ ପଞ୍ଚାୟତରେ ପାଣି ଧାନ ଫସଲରେ ମାଡି ରହିଥିବାରୁ ଏହା ନଷ୍ଟ ହେବାକୁ ବସିଲାଣି। ଗତ ୧୭ ତାରିଖ ରେ ମହାନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ବାଙ୍କୀର ଶାଖା ନଦୀ ରଣ, ଚନ୍ଦ୍ରପା, ହୁଳୁ ହୁଳାରେ ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ହୁଳୁହୁଳା ପୋଲ ଉପରେ ଚାରିଫୁଟ ର ପାଣି ପ୍ରବାହିତ ହେଉଥିଲା । ବାଙ୍କୀ ବ୍ଲକର ପାଞ୍ଚଟି ପଞ୍ଚାୟତ ଲୋକେ ଯିବା ଆସିବା କରିବାପାଇଁ ପାୱାର ବୋଟର ବ୍ୟବସ୍ଥା କରୁଥିଲେ । ହେଲେ ରତାଗଡ , ଓସ୍ତିଆ, ବନ୍ଦାଳ ପଞ୍ଚାୟତ, ଡମପଡ଼ା ବ୍ଲକର ବହୁ ପଞ୍ଚାୟତରେ ଜଳ ପ୍ରବାହିତ ହେବା ଦ୍ବାରା ଧାନ ଫସଲ ପ୍ରଭାବିତ ହୋଇଛି। ଜମିରେ ପାଣି ମାଡି ରହିଥିବାରୁ ଶାଗ, କଖାରୁ, ପୋଟଳ ଭଳି ଅନେକ ପରିବା ଗଛ ବୁଡି ନଷ୍ଟ ହୋଇଯାଇଛି ।

ଗତ ଅଗଷ୍ଟ ମାସର ଦୁଇ ତାରିଖରେ ମହାନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ ଫସଲ ନଷ୍ଟ ହୋଇଥିଲା । ପାଣି ଛାଡ଼ିବା ପରେ ଚାଷୀ ପୁଣି ସାର୍, ବିହନରେ ଫସଲ ଆରମ୍ଭ କରିଥିଲା । ହେଲେ ଦ୍ୱିତୀୟ ବନ୍ୟା ସବୁ ଉଜାଡି ଦେଲା । କୃଷି ବିଭାଗ ଓ ରାଜସ୍ବ ବିଭାଗ ପହଞ୍ଚି କେତେ ଅଞ୍ଚଳରେ ପାଣି ମାଡି ରହିଛି ତଦନ୍ତ କରି ଚାଷୀଙ୍କୁ ଇନ୍ ପୁଟ ସବ ସିଡ ଯୋଗାଇବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି । ବାଙ୍କୀ ଉପ ଜିଲ୍ଲାପାଳ କହିଛନ୍ତି ପାଣି ଛାଡୁଛି। ସମ୍ପୂର୍ଣ୍ଣ ନିଷ୍କାସନ ହେଲେ କୃଷି ଓ ରାଜସ୍ବ ବିଭାଗ କର୍ମଚାରୀମାନେ ଯାଇ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଲେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ।

ଚାଷୀଙ୍କୁ ବର୍ଷା ଦିନ ଆସିଲେ ଏହି ସମସ୍ୟା ଘାରି ହୁଏ । ରୋଜଗାର ଦୁଇ ପଇସା ପାଇଁ ବର୍ଷ ସାରା ପରିଶ୍ରମ କରେ ଚାଷୀ । କିନ୍ତୁ ବନ୍ୟା ଜଳ ଥରକରେ ଆସି ସବୁ କିଛି ନଷ୍ଟ କରିଦିଏ । ଚାଷୀମାନେ ଏମିତି ସବୁବେଳେ ଅନେକ କ୍ଷତି ସହୁଛନ୍ତି । କେହି ନାହିଁ  ଏମାନଙ୍କ ଦୁଃଖ ଶୁଣିବାକୁ । ଏମାନଙ୍କ ଦୁଃଖ କେବେ ସରୁଛି ଦେଖାଯାଉ ।

 

Post a Comment

0 Comments