AD

Faced with cyber crime, dial 1930 immediately ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ୧୯୩୦ ଡାଏଲ କରନ୍ତୁ

 




ଅଦୃଶ୍ୟ ଲୁଟେରାଙ୍କ ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସଇବାର ଅପରାଧର ଶୀକାର ହୋଇ ଲୋକେ ଅଭିଯୋଗ କରିବାକୁ ଗଲେ ସହଯୋଗ ମିଳୁନି । ଏହାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ସାଇବର ହେଲ୍ପଲାଇନ କଲସେଣ୍ଟର ଉଦଘାଟିତ ହୋଇଛି । ସାଇବର କ୍ରାଇମ ହେଲ୍ପଲାଇନ କଲସେଣ୍ଟରର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ ବଂଶଲ । ଏହି କଲସେଣ୍ଟର ମାଧ୍ୟମରେ ସାଇବର ଠକେଇର ସମାଧାନ ପାଇଁ ସେବା ଯୋଗାଇ ଦିଆଯିବ । ୧୯୩୦ରେ ଅଭିଯୋଗ କରି ତୁରନ୍ତ ସହାୟତା ପାଇପାରିବେ ।

ସାଇବର ଠକାମୀ ରୋକିବା ପାଇଁ କ୍ରଇମବ୍ରାଞ୍ଚର ସାଇବର ସେଲ ପକ୍ଷରୁ ଏପରି କଲ ସେଣ୍ଟର ଖୋଲାଯାଇଛି । ଏହା ସହ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁମାନେ ସାଇବର ଠକେଇର ଶିକାର ହୋଇଥିବେ ସେମାନେ ତୁରନ୍ତ ୧୯୩୦କୁ କଲ କରି ଜଣାଇଲେ ଠକର ମୋବାଇଲ ନମ୍ବର‌ ସହ ଯେଉଁ କଲରୁ କଲ ଆସୁଛି ତାର ଆଇପି ଆଡ୍ରେସ ବା ଆଇଏମଆଇ ନମ୍ବରକୁ ଶୀଘ୍ର ବ୍ଲକ କରିହେବ । ଫଳରେ ତୁରନ୍ତ ଠକଙ୍କୁ ଚିହ୍ନଟ ସହ ତା ଉପରେ କର୍ଯାନୁଷ୍ଠାନ ହୋଇପାରିବ। ଯେ କୌଣସି ସ୍ଥାନରୁ ଡାଏଲ କରି ଅଭିଯୋଗ କରିପାରିବେ । ଏହି କଲସେଣ୍ଟର ୨୪ ଘଣ୍ଟା କାମ କରିବ । ଅର୍ଥ ଫେରିପାଇବା ନେଇ ତୁରନ୍ତ ପଦକ୍ଷେପ ନେବ ଏହି କଲସେଣ୍ଟର ।

Post a Comment

0 Comments