AD

Elephant terror ଦନ୍ତା ଆତଙ୍କ

 


ବେଧଡକ୍ ଗାଁ ରାସ୍ତାରେ ବୁଲୁଛି ଗୋଠଛଡା ଦନ୍ତା । ସାରା ଅଞ୍ଚଳରେ ଆତଙ୍କର ଛବି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ରେଞ୍ଜର ସାଆନ୍ଦା ଫାଣ୍ଡି ନିକଟରେ ବୁଲୁଛି ଏକ ଗୋଠଛଡା ଦନ୍ତା ହାତୀ। ଯାହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା |ବୁଧବାର ସନ୍ଧ୍ୟା ସମୟରେ  ସାଆନ୍ଦା ଫାଣ୍ଡି ନିକଟ ଦେଇ ଏକ ଦନ୍ତା ହାତୀ ପଶି ଆସିଥିଲା । |ତେବେ ଏ ନେଇ ଫାଣ୍ଡି ସମୁଖରେ ଥିବା ଲୋକମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଥିଲେ |ବର୍ତ୍ତମାନ ହାତୀଟି ଗାଁ ନିକଟ ଜଙ୍ଗଲରେ ରହିଛି । ହାତୀକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଖବର ପାଇ ବନବିଭାଗ ପହଞ୍ଚି ହାତୀଟିର ଗତିବିଧି ଉପରେ କଡା ନଜର ରଖିଛି।

Post a Comment

0 Comments