AD

Crocodile in Marshaghai Of Kendrapara ମାର୍ଶାଘାଇରେ କୁମ୍ଭୀର ଆତଙ୍କ, ଅଳ୍ପକେ ବର୍ତ୍ତୀଲେ ଯୁବକ

 


କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଷୋଟିବାଲି ଗାଁରେ କୁମ୍ଭୀର ଆତଙ୍କ । ଗାଁ ନିକଟ ଦେଇ ବହି ଯାଇଥିବା ଲୁଣା ନଦୀରେ ଗତ କିଛିଦିନ ହେବ କୁମ୍ଭୀର ଚଳ ପ୍ରଚଳ ହେଉଥିବାର ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । 

କୈଳାସ ବେହେରା ନାମକ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ଏକ ୮ ଫୁଟ ଲମ୍ବର କୁମ୍ଭୀର ହଠାତ୍ କୈଳାସଙ୍କ ନିକଟକୁ ପାଣିରେ ପହଁରି ପହଁରି ମାଡି ଆସିଥିଲା । କୈଳାସ କୁମ୍ଭୀର ଆସୁଥିବାର ଦେଖି ଛାନିଆ ହୋଇ ଉପରକୁ ଚାଲି ଆସିଥିଲେ । କୁମ୍ଭୀର ଆସି କୈଳାସ ଗାଧୋଉଥିବା ସ୍ଥାନରେ ପହଁଚି  ପାଣିରେ ବୁଡି ରହିଲା । କିଛି ସମୟ ପରେ ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ କୁଳୁମୁଚା ପାଣି ଫୋପାଡି ଥିଲା ବୋଲି କହିଛନ୍ତି କୈଳାସ । କୁମ୍ଭୀରକୁ ଦେଖିବା ପରେ କୈଳାସ ଅଧା ଗାଧୋଇ ଛାନିଆ ହୋଇ ପାଣିରୁ ଉପରକୁ ପଳାଇ ଆସି କିଛି ଦୂରରେ ଛେଳି ଚରାଉଥିବା  ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ମାନେ କୈଳାସ ଗାଧୋଉଥିବା ସ୍ଥାନରେ ପହଁଚି ଖୋଜାଖୋଜି କରିଥିଲେ ହେଲେ କୁମ୍ଭୀର ସେଠାରୁ ପଳାଇ ଯାଇଥିବାର ଦେଖିବାକୁ  ପାଇଥିଲେ । ଏହି ଖବର ପାଇବା ପରେ ନଦୀ କୂଳ ଗାଁରେ ଆତଙ୍କିତ ଅବସ୍ଥା ରେ ଅଛନ୍ତି ଗ୍ରାମବାସୀ ।

Post a Comment

0 Comments