AD

୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 


ଘରେ ପହଞ୍ଚିବ ପଶୁ ଚିକିତ୍ସା ସେବା ଭ୍ରାମ୍ୟମାଣ ଗାଡ଼ିରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଯେଉଁଠି ଗାଁଠାରୁ ପଶୁ ଡାକ୍ତରଖାନା ଦୂରରେ ରହିଛି ବିଶେଷ କରି ସେହି ସ୍ଥାନରେ ଏହି ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇ ଦିଆଯିବ।

ରାଜ୍ୟ ସରକାର ପଶୁପାଳନ କରୁଥିବା ଚାଷୀଙ୍କ ରୋଜଗାର ବଢାଇବା ସହ ସେମାନଙ୍କ ମୁହଁରେ ଖୁସି ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ କରିଛନ୍ତି । ଚାଷ ପରେ ପଶୁପାଳନକୁ ଚାଷୀଙ୍କ ରୋଜଗାରରେ ଉନ୍ନତି ପାଇଁ ଦ୍ବିତୀୟ ରାସ୍ତା ବୋଲି ସରକାର ଚିହ୍ନଟ କରିଛନ୍ତି । ଏହି ମୋବାଇଲ ଭେଟେନାରୀ ୟୁନିଟ ଗୁଡିକ ଉନ୍ନତ ମାନର ପ୍ରାଣୀ ଚିକିତ୍ସା ପ୍ରଦାନ କରିବେ । ଏହାସହିତ ୟୁନିଟରେ ଥିବା ବିଶେଷଜ୍ଞମାନେ ଚାଷୀଙ୍କୁ ଏ ସମ୍ପର୍କିତ ପରାମର୍ଶ ମାନ ଦେବେ । ପ୍ରାଥମିକ ପ୍ରାଣୀ ଚିକିତ୍ସା, ଜଟିଳ ଅସ୍ତ୍ରୋପଚାର, ଟିକାକରଣ ନିଦାନ ସେବା ସମତେ ଚାଷୀ ସଚେତନତା ଶିବିର ଆୟୋଜନ କରାଯିବ । 

 

Post a Comment

0 Comments