AD

ମହାକାଳପଡା : ଜାଲରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ମାଛ

 


ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇ ଆଶ୍ଚର୍ଯ୍ୟ ହୋଇଗଲେ ମତ୍ସ୍ୟଜୀବି। ଏତେ ମାଛ ଆସିଲେ କେଉଁଠୁ ? ଜାଲରେ ଫଟାଫଟ ପଡୁଛନ୍ତି । ମତ୍ସ୍ୟଜୀବିଙ୍କ ଖୁସି କହିଲେ ନସରେ । ଜଣେ ନୁହେଁ .. ସମସ୍ତଙ୍କ ଭାଗ୍ୟରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ମାଛ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ଅଞ୍ଚଳର ମତ୍ସ୍ୟଜୀବୀ ମାନେ ମଙ୍ଗଳବାର ଦିନ ସମୁଦ୍ରକୁ ମାଛ ମାରିବାକୁ ଯାଇ କୂଳକୁ ନେଇ ଆସଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ । କେନ୍ଦ୍ରାପଡା ସମୁଦ୍ରର ହୁକିଟୋଲାର ମାଦଳି ଓ ଚଟକା ମୁହାଣକୁ ଯାଇ ପାଇଛନ୍ତି କାହିଁ କେତେ ମାଛ ।  ଜାଲରେ ଓଲଟି ଓ ଫାଶୀ ମାଛ ପୁଳା ପୁଳା ଜାଲରେ ପଡ଼ିବା ଦେଖି ସେମାନଙ୍କର ଖୁସି କହିଲେ ନସରେ । ବୁଧବାର ଜମ୍ବୁ ଜେଟିରେ ପହଞ୍ଚି ଜାଲରୁ ମାଛ ବାହାର କରି ପାରାଦୀପ ଏବଂ କଲିକତାକୁ ପଠାଇଛନ୍ତି। କିଛି ଦିନର ବ୍ୟବଧାନ ପରେ କ୍ଷତିରେ ଚାଲିଥିବା ମତ୍ସ୍ୟଜୀବି ମାନେ ବେଶ୍ ଲାଭବାନ ହୋଇଛନ୍ତି। ଏହି ମାଛ ଦେଖିବାକୁ ଛୋଟ ଛୋଟ ଇଲିଶି ମାଛ ଭଳି କଣ୍ଟା ଯୁକ୍ତ ହୋଇଥିବାରୁ ବଜାରରେ ଏହାର ଚାହିଦା କମ ରହିଛି । ଯାହାକି କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହୋଇଥାଏ  । ଏହା କଣ୍ଟା ଯୁକ୍ତ ମାଛ ହୋଇଥିବାରୁ ମାଛ ତରକାରୀ ଠାରୁ ମାଛର ଭଜା ସ୍ବାଦ ବହୁତ ଭଲଲାଗେ। ସମୁଦ୍ରରେ ଏତେ ପରିମାଣର ଓଲଟି ଓ ଫାଶୀ ମାଛ ପାଇ ମତ୍ସ୍ୟଜୀବି ବେଶ୍ ଖୁସି ।

Post a Comment

0 Comments