ଆଧୁନିକ
ଯୁଗରେ ଲୋକମାନେ ଜିମ୍ ଯାଉଥିବାବେଳେ କୁସ୍ତିକୁ ଆଉ ପଚାରେ ବା କିଏ । କିନ୍ତୁ କିଛି
ମଲ୍ଲଯୋଦ୍ଧା ବା କୁସ୍ତିଯୋଦ୍ଧା ଏହାକୁ ବଞ୍ଚେଇ ରଖିବା ପାଇଁ ପ୍ରସାସନ ନିକଟରେ ଦାବି କରୁଛନ୍ତି
। କୁସ୍ତି ଏବଂ ଆଖେଡାର ପେଣ୍ଠ ସ୍ଥଳୀ ହେଉଛି ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଜାଗାଘର।
ଶ୍ରୀମନ୍ଦିର ନୀତିକାନ୍ତି ସହ କାହିଁ କେତେ ବର୍ଷରୁ ଅଙ୍ଗାଙ୍ଗୀ ଭାବେ ଜଡିତ ଜାଗାଘରର ପରମ୍ପରା
ଓ ସଂସ୍କୃତି ବେଶ୍ ନିଆରା। ଶରୀରଚର୍ଯ୍ୟା ସାଙ୍ଗକୁ ମାଟି କୁସ୍ତି ଜାଗାଘରର ସ୍ୱତନ୍ତ୍ର ପରିଚୟ
ସୃଷ୍ଟି କରେ। କିନ୍ତୁ ବିଗତ କେତେବର୍ଷ ହବ ଆଧୁନିକତାର ଛାପ ଯୋଗୁଁ ମାଟି କୁସ୍ତି ଏବେ ବିଲୁପ୍ତ
ହେବାକୁ ବସିଛି। ସେପଟେ ପରମ୍ପରାକୁ ସମ୍ମାନ ଦେଇ ଜାଗାଘର ମାନଙ୍କରେ ମାଟି କୁସ୍ତି ପ୍ରଚଳନ
ପୁର୍ନବାର ଆରମ୍ଭ କରିବାକୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛନ୍ତି ମଲ୍ଲଯୋଦ୍ଧା
ତଥା କୁସ୍ତିଯୋଦ୍ଧା ।
ଯଦି ବି
ଏହି କୁସ୍ତି ଦେଖିବାକୁ ମିଳୁଛି କେବଳ ଷ୍ଟେଜରେ କିନ୍ତୁ ମାଟି କୁସ୍ତି ଆଉ ଦେଖିବାକୁ ମିଳୁନି ।
ସକାଳୁ ସନ୍ଧ୍ୟା ପୁରୀର ବିଭିନ୍ନ ଜାଗା ଆଖେଡା ମାନଙ୍କରେ ଭେଣ୍ଡିଆ ମାନେ ସମରାଭ୍ୟାସ
କରିଥାନ୍ତି । ସାହି ଗଳିକନ୍ଦିରୁ ଭାସି ଆସୁଥିବ କୁସ୍ତିଯୋଦ୍ଧାଙ୍କ ବୀର ରଡ଼ି ।
କୁସ୍ତିଯୋଦ୍ଧାଙ୍କ ନିର୍ଭୟ ଠାଣି, ବିଶାଳ ବାହୁ ଆଉ ତେଲ ମାଲିସ ହୋଇଥିବା ଚିକ୍ ଚିକ୍ ଶରୀର,
ପରିବେଶରେ ଭରି ଦିଏ ଏକ ଭିନ୍ନ ଉର୍ଜା। ଶତାବ୍ଦୀ ଶତାବ୍ଦୀ ଧରି କୁସ୍ତି ପୁରୀକୁ ଦେଇଛି ଭିନ୍ନ ଏକ
ପରିଚୟ । ଏ ମାଟିରେ ଜନ୍ମିଛନ୍ତି ଶହଶହ ଜାତୀୟ ସ୍ତରୀୟ କୁସ୍ତିଯୋଦ୍ଧା । ହେଲେ ପ୍ରୋତ୍ସାହନ
ଅଭାବରୁ ଶ୍ରୀକ୍ଷେତ୍ରରେ କୁସ୍ତି ଏବେ ବିପର୍ଯ୍ୟସ୍ଥ ଅବସ୍ଥା ରେ ପଡ଼ି ରହିଛି । ମାଟି କୁସ୍ତି ଓ
ସଂସ୍କୃତି ବିଲୁପ୍ତ ହେଉଥିବାରୁ ଏହି କୁସ୍ତିଯୋଦ୍ଧାମାନେ ଜିମ୍ ଯିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ୟପଟେ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପଣା ସଂକ୍ରାନ୍ତି ଦିନ ଏହି ମାଟିକୁସ୍ତି ଦେଖିବାକୁ
ମିଳିଥାଏ । ବହୁ ବର୍ଷ ପୂର୍ବରୁ ଜାଗା ଆଖେଡାର କୁସ୍ତି ଯୋଦ୍ଧା ଏବଂ ଭେଣ୍ଡିଆ ମାନେ
ଶ୍ରୀମନ୍ଦିର କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ତେଣୁ ସରକାର ଓ ପ୍ରଶାସନ ମାଟି କୁସ୍ତି ପରମ୍ପରାକୁ
ପୁର୍ନଜୀବିତ ରଖିବା ଲାଗି ବିଭିନ୍ନ ମହଲ ରେ ଦାବି କରାଯାଇଛି ।
0 Comments
Please do not enter any Spam Link in the comment Box ,