AD

ରଙ୍ଗୀନ ଆଲୋକ ମାଳାରେ ଝଲସୁଛି କୋଇଲା ନଗରୀ

 


ଆସନ୍ତାକାଲି ପ୍ରଭୁ ଗଜାନନ ଧରାପୃଷ୍ଠକୁ ଅବତରଣ କରିବେ । ତାଳଚେରର ଏହା ଗଣପର୍ବ ହୋଇଥିବାରୁ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏଥର ଅଞ୍ଚଳରେ ୧୦୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ତେବେ ଏ ନେଇ ତାଳଚେର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି । ତେବେ ଚଳିତ ବର୍ଷ ପୂଜା ୧୯ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ଇନ୍ଦୁ ପୂର୍ଣ୍ଣିମା ଦିନ ଭସାଣି କାର୍ଯ୍ୟକ୍ରମ ଶେଷ ହେଉଥିବାରୁ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ଏଥିପାଇଁ ମୂର୍ତ୍ତି କାରିଗର ଠାରୁ ଆରମ୍ଭ କରି ମଣ୍ଡପ କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେଇଛନ୍ତି । ଅନ୍ୟପଟେ ମୂର୍ତ୍ତି କାରିଗର ଭଳିକି ଭଳି ମୃର୍ତ୍ତି ଗଢି ତାକୁ ଶେଷ ସ୍ପର୍ଶ ଦେଉଛନ୍ତି ।

ଗଣେଶ ପୂଜା ତାଳଚେରର ଗଣପର୍ବ ହୋଇଥିବାରୁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିରହିଥାଏ । ଏଥିପାଇଁ ପୂଜା କମିଟିର ତୋରଣ ଓ ମୂର୍ତ୍ତି ଗୁଡିକୁ ସୁସଜ୍ଜିତ କରିବା ପାଇଁ ବାହାର ରାଜ୍ୟରୁ କାରିଗର ଆଣି ସମସ୍ତ କାର୍ଯ୍ୟ କରାଇଥାନ୍ତି ।ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ତୋରଣ ଓ ମୂର୍ତ୍ତି ଗୁଡିକ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଇଥାଏ ।ଏହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଯାହାକୁ ଆଖି ଆଗରେ ରଖି ପୋଲିସ , ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

ତେବେ ପ୍ରତ୍ୟକ ବର୍ଷ ଭଷାଣି ଦିନ ଗଣେଶଙ୍କ ଆଜ୍ଞା ଲଡୁ ନିଲାମ କରାଯାଉଥିବା ବେଳେ ଚଳିତବର୍ଷ ଭଷାଣିକୁ ଶୀଘ୍ର ସାରିବାପାଇଁ ଭଷାଣି ପୂର୍ବ ଦିନ ଲଡୁ ନିଲାମ କାର୍ଯ୍ୟ ହେବାନେଇ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

 

Post a Comment

0 Comments