AD

Ahiraj swallows a nagsap ଅହିରାଜ ଗିଳିଦେଉଛି ଗୋଟିଏ ନାଗସାପକୁ

 


ବିରାଟ ବଡ ଅହିରାଜ । ଗିଳିଦେଉଛି ଗୋଟିଏ ନାଗସାପକୁ । ଦେଖନ୍ତୁ ଏଇ ଦୃଶ୍ୟକୁ । ଯେତେ ମଜାଦାର .. ସେତେ ଭୟାନକ । ଅହିରାଜର ଲମ୍ବ ପ୍ରାୟ ବାରଫୁଟରୁ ଅଧିକ ହେବ । ୬ଫୁଟରୁ ଅଧିକ ଲମ୍ବର ନାଗସାପକୁ ଗିଳିଦେଉଛି ।

ମୟୁରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ବଡଖମଣ ଗାଁରେ ଦେଖିବାକୁ ମିଳିଥିଲା ଏଇ ଦୃଶ୍ୟ । ବଡଖମଣ ଗାଁର ହମବିର ମୁର୍ମୁଙ୍କ ଘର ଭିତରେ ଗୋଟିଏ ବଡ ଅଜଗର ପଶିଥିବା ଦେଖିଥିଲେ ପରିବାର ବର୍ଗ । ଘରର ଚାଳ ଭିତରେ ଲୁଚି ରହିଥିଲା ଅହିରାଜ ।

ପରିବାର ଲୋକେ ଦେଖିବା ପରେ ଏ ନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ୍ ବେହେରା, ଅଭିଜିତ୍ ବିଶ୍ବାଳ, ରନିତ୍ ବିଶ୍ବାଳ, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ । ସାପଟି ଘର ଉପରେ ପଡିଥିବା ଏକ ପଟା ନିକଟରେ ରହିଥିବା ବେଳେ ତାକୁ ସେଠାରୁ ବାହାର କରି ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସାପଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି ।

Post a Comment

0 Comments