AD

Congress MP Rahul Gandhi wore a coolie dress and carried an atazi କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କୁଲି ଡ୍ରେସ ପିନ୍ଧି ଆଟାଜି ବୋହିଲେ

 


ରାହୁଲ ଗାନ୍ଧି କୁଲି ଡ୍ରେସ ପିନ୍ଧି ଆଟାଜି ବୋହିଛନ୍ତି । ଆଜି ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନ ପହଞ୍ଚି କୁଲିଙ୍କ ସେମାନଙ୍କ ସମସ୍ୟା ବୁଝିଥିଲେ । କେବଳ ଏତିକି ନୁହେଁ ସେମାନଙ୍କ ୟୁନିଫର୍ମ ପିନ୍ଧି ଆଟାଚି ବୋହିଥିଲେ । ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ଆନନ୍ଦ ବିହାର କୁଲିମାନେ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଇଚ୍ଛା ଥିବା ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ରାହୁଲ ଉକ୍ତ ଭିଡ଼ିଓ ଦେଖି କୁଲିଙ୍କୁ ଭେଟିଛନ୍ତି ।

X ରେ କଂଗ୍ରେସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ କୁହାଯାଇଛି, ଭାରତ ଯୋଡୋ ଯାତ୍ରା ଜାରି ରହିଛି । ମହାତ୍ମା ଗାନ୍ଧିଙ୍କ ବିଚାରରେ ପ୍ରେରିତ ହୋଇ ଜନନାୟକ ରାହୁଲ ଗାନ୍ଧି ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆଜି ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ରାହୁଲ ଗାନ୍ଧି କୁଲିମାନଙ୍କ ମନର କଥା ଶୁଣିଛନ୍ତି ଓ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧି ସେମାନଙ୍କୁ ଦେଖା କରିବାକୁ ଯାଇଥିବାରୁ ସେମାନେ ବହୁତ ଖୁସି । ସେମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଜଣାଇବାକୁ କୁଲିଙ୍କୁ ଆଶ୍ୱାସନା ଦେଇଛନ୍ତି ।

Post a Comment

0 Comments