AD

Baripada helper in the vigilance net ଭିଜିଲାନ୍ସ ଜାଲରେ ବାରିପଦା ସହକାରୀ ଯନ୍ତ୍ରୀ

 


ବାରିପଦା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ । ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାୟକ। ସହକାରୀ ଯନ୍ତ୍ରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ। ଏକ କାଳୀନ ପାଞ୍ଚଟି ସ୍ଥାନରେ ଚାଲିଛି ଚଢ଼ାଉ। ବାରିପଦା ରଘୁନାଥପୁରରେ ତିନି ମହଲା ଆବାସିକ ଘର , ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ତଳଣ୍ଡାରେ ଥିବା ପୈତୃକ ଘର ସହ ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ। ଏଥିସହିତ ସହକାରୀ ଯନ୍ତ୍ରୀଙ୍କ ବାରିପଦା ସରକାରୀ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି।

ଚଢ଼ାଉରେ ସାମିଲ ଅଛନ୍ତି ଦୁଇଜଣ ଅତିରିକ୍ତ ଏସପି, ୩ ଡ଼ିଏସପି, ୭ ଇନିସ୍ପେକ୍ଟର, ଜଣେ ଏସଆଇ, ୭ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

Post a Comment

0 Comments