AD

The price of which was 200, now people are not buying it even for 4 rupees per kilo || ଯାହାର ଦାମ୍‌ ଥିଲା ୨୦୦ ଏବେ କିଲୋ ୪ ଟଙ୍କାରେ ବି ଲୋକେ ନେଉ ନାହାନ୍ତି

 


ଏତେ ଉଚ୍ଚା ଦର ଥିଲା ଯେ ଲୋକେ ତା ନାଁ ଶୁଣିଲେ ବାପ୍‌ରେ ବୋଲି କହୁଥିଲେ । ଏମିତି ପରିସ୍ଥିତି ହେଲା ଯେ କେଉଁଠି ଟମାଟୋ ପାଇଁ ମାଡ଼ଗୋଳତ ଆଉ କେଉଁଠି ଟମାଟୋ ଚୋରି ହୋଇଗଲା । ହେଲେ ସେଇ ଜିନିଷଟି ଏବେ ଅଲେଡ଼ା ହୋଇ ରାସ୍ତାରେ  ଗଡୁଛି । ଆଜ୍ଞା, ଆମେ କହୁଛୁ ଟମାଟୋ କଥା । କିଛି ଦିନ ତଳେ ଟମାଟୋ ଦାମ୍‌ ପହଞ୍ଚିଥିଲା ୨୦୦ ଟଙ୍କାରେ । ଲୋକଙ୍କ ନିତିଦିନିଆ ପରିବା ବ୍ୟାଗ ଓ ଗୃହିଣୀଙ୍କ ଫ୍ରିଜ୍‌ରୁ ପୂରା ଗାଏବ ହୋଇଯାଇଥିଲା ଏହି ପରିବା । ହେଲେ ଏବେ ଚାଷୀ ତାକୁ ରାସ୍ତାରେ ଗଡ଼ାଇ ଦେଇଛନ୍ତି ।

 

ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଟମାଟୋ କିଲୋ ମାତ୍ର ୪ ଟଙ୍କା । ବିଶ୍ୱାସ ହେଉନି ନା ? ଆମର ଏଠି ଏବେ ୩୦ରୁ ୫୦ ଟଙ୍କା କିଲୋରେ ଟମାଟୋ ବିକ୍ରି ହେଉଛି । ହେଲେ ଆନ୍ଧ୍ରରେ ଏବେ ଏଭଳି ସ୍ଥିତି । ୪ ଟଙ୍କାରେ ବିକ୍ରି କରି ଚାଷୀ ତ ଲାଭ ପାଉନି । ତା ସହିତ ଗରାଖ ମଧ୍ୟ ତାକୁ ଅନାଉ ନାହାନ୍ତି । ତେଣୁ ଚାଷୀମାନେ ଟମାଟୋ ସବୁକୁ ରାସ୍ତାରେ ଗଡ଼ାଇ ନଷ୍ଟ କରି ଦେଉଛନ୍ତି ।

ଆନ୍ଧ୍ର ପ୍ରଦେଶର କୁରନୁଲ ଜିଲ୍ଲାରେ ଟମାଟୋ ମାତ୍ର ୪ ଟଙ୍କା କିଲୋରେ ବିକ୍ରି ହେଉଛି । ଫଳରେ ଚାଷୀଙ୍କ ଖର୍ଚ୍ଚ ବି ଉଠୁ ନାହିଁ ।

 

Post a Comment

0 Comments