AD

Black Magic ଖଟ ବୁଲିଲା ଗୁଣିଆ କଥାରେ

 



ଖଟ ବୁଲୁଛି ସାଇଁ ସାଇଁ...

      କେତେବେଳେ ବାମପଟକୁ ମାଡି ଯାଉଛି ତ କେତେବେଳେ ଡାହାଣ ପଟକୁ I ବେଳେବେଳେ ଉଠିଯାଉଛି ଉପରକୁ ତ ପୁଣି ଖସିଆସୁଛି ତଳକୁ I ଖଟଟା ମନକୁ ମନ ଧାଉଁନି... ପାଖରେ ଠିଆ ହୋଇ ମନ୍ତ୍ର ପଢ଼ୁଥିବା ଗୁଣିଆ କଥାରେ ଏଇ ବିଚିତ୍ର ଘଟଣା ଘଟୁଛି I

ପାଖରେ ଠିଆହୋଇ ଏଇ ଅଦ୍ଭୁତ ଦୃଶ୍ୟକୁ ଦେଖୁଛନ୍ତି ପୁରା ଗାଁ ଲୋକ I ଦେଖନ୍ତୁ, ପୁଣିଥରେ ଏଇ ଅଦ୍ଭୁତ ଦୃଶ୍ୟକୁ...

ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ବଜାର ସାହିର I ଚୋରକୁ ଧରିବା ପାଇଁ ସାଧାରଣତଃ ଗୁଣିଆ ମାନେ ଖଟବୁଲା ମନ୍ତ୍ର ପ୍ରୟୋଗ କରିଥାନ୍ତି I ପୂଜା ସ୍ଥାନରୁ ଖଟ ବୁଲିବୁଲି ପହଞ୍ଚିଥାଏ, ଚୋର ପାଖରେ..

ହେଲେ ଆପଣ ଦେଖୁଥିବା ଏଇ ଦୃଶ୍ୟ କିନ୍ତୁ ଚୋରକୁ ଧରିବା ପାଇଁ ନୁହେଁ I ଜଣେ  ମହିଳାଙ୍କୁ କିଏ ଗୁଣି କରି ରୋଗାଗ୍ରସ୍ତ କରିଛି  ତାକୁ ସମସ୍ତଙ୍କ ଆଗରେ ଧରାପକାଇ ଦେବା ପାଇଁ ଗୁଣିଆର ଏଇ ଅଦ୍ଭୁତ ଅଭିଯାନ I

ବାରଖମା ବଜାର ସାହିର ଦିସାରା ନାୟକଙ୍କ ବିବାହିତା ଝିଅ କୌଣସି ଏକ ରୋଗରେ ପୀଡ଼ିତ ହୋଇଥିଲେ I ତାଙ୍କୁ ଭଲ କରିବା ପାଇଁ ଦିସାରା ତାଙ୍କୁ ବିଭିନ୍ନ ମେଡିକାଲରେ ଦେଖାଇଥିଲେ I ହେଲେ ସେ ସୁସ୍ଥ ହୋଇପାରି ନଥିଲେ I ଶେଷରେ ଦିସାରା ଜଣେ ଗୁଣିଆର ଆଶ୍ରୟ ନେଇଥିଲେ I

ଫିରିଙ୍ଗିଆ ଥାନା ରୋବିଙ୍ଗିଆ ଗାଁ ର ଗୁଣିଆ ନାରାୟଣ ତାଙ୍କ ଝିଅକୁ କେହି ଗୁଣି କରିଥିବା କଥା କହିଥିଲେ I ଗୁଣି କରିଥିବା ଲୋକଟା କିଏ.. ତାଙ୍କୁ ଧରିବା ପାଇଁ ଖଟଦେବତାଙ୍କୁ ବୁଲାଉଥିଲେ ନାରାୟଣ ଇ ତାକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ଼ ଲାଗିଥିଲା I

ଖବର ପାଇ ଫିରିଙ୍ଗିଆ ପୋଲିସ ସେଠାରେ ପହଞ୍ଚି ଦିସାରାଙ୍କ ପରିବାରକୁ ବୁଝାସୁଝା କରି ମେଡିକାଲ ପଠାଇଥିଲା I

ଆଉ ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ଜନ୍ମାଇ ସମାଜକୁ ଭୁଲ ବାଟରେ ନେଉଥିବା ଗୁଣିଆ ନାରାୟଣଙ୍କୁ ଥାନାକୁ ନେଇ ଯାଇଥିଲା

Post a Comment

0 Comments