AD

Anusaya has been waiting for her husband for 25 years ୨୫ ବର୍ଷ ହେଲା ସ୍ୱାମୀଙ୍କ ଅପେକ୍ଷାରେ ଅନୁସୟା


 

ତୁମ ପାଇଁ ସବୁଦିନ ଭଳି ଆଜିବି ପିନ୍ଧୁଛି ଶଙ୍ଖା, ସିନ୍ଦୁର । ତୁମ ମଙ୍ଗଳ ମନାସୀ ଆଜିବି ତୁଳସୀ ଗଛରେ ଦେଉଛି ପାଣି । ତୁମର ସେହି ପୁରୁଣା ଫଟୋ କୁ ଦେଖି କାନିରେ ପୋଛି ପକାଉଛି ତୁମ ମୁହଁ । ଲାଗୁଛି ଏଇ ପାଖକୁ କୁଆଡେ ଯାଇଛ, ଫେରିଆସିବ । ହେଲେ କାଇଁ ଆସୁନ ତ। ମନକୁ ବୁଝାଇ ପାରୁନି। କଣ କହିକି ବୁଝାଇବି ତାହା ବି ଜାଣିପାରୁନି । ତୁମ ବାଟକୁ ଦୀର୍ଘ ୨୫ ବର୍ଷ ଧରି ଅପେକ୍ଷା କରି ରହିଛି ।



ସ୍ଵାମୀ ନିଖୋଜ ଥିବାବେଳେ ଏବେ ଏକମାତ୍ର ରୋଜଗାରିଆ ପୁଅ ରୋଗାକ୍ରାନ୍ତ। ଏମିତି ଅବସ୍ଥାରେ ଅସହାୟ ହୋଇ ପଡ଼ିଛନ୍ତି ସ୍ତ୍ରୀ ଅନୁସୟା ନନ୍ଦ। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ଗ୍ରାମର କାହ୍ନୁଚରଣ ନନ୍ଦ। ପୁଅର ୧୩ବର୍ଷ ବୟସରେ ବ୍ରତଘର କାର୍ଯ୍ୟ ସାରି କାହ୍ନୁଚରଣ ପରିବାର ଚଳେଇବା ପାଇଁ ମୁମ୍ବାଇ ଯାଇଥିଲେ। ହେଲେ ସେବେଠାରୁ ଆଜି ଯାଏ କୌଣସି ଖୋଜ ଖବର ନାହିଁ ତାଙ୍କର। ନା ଫୋନ୍ କରୁଛନ୍ତି ନା ଘରକୁ ଫେରୁଛନ୍ତି ।ଏବେ ବି ଅନୁସୟା ମଥାରେ ସିନ୍ଦୂର ପିନ୍ଧି ସ୍ଵାମୀଙ୍କ ଆସିବା ବାଟକୁ ଅପେକ୍ଷା କରି ରହିଛନ୍ତି। ଅନୁସୟାଙ୍କ ଏକମାତ୍ର ରୋଜଗାରିଆ ପୁଅ ନିରଞ୍ଜନ ନନ୍ଦ ବାହାର ରାଜ୍ୟରେ ରହି କାମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଘର ଚଳି ଯାଉଥିଲା। ମାତ୍ର ହଠାତ୍ ବାପାଙ୍କ ନିଖୋଜ ହେବାକୁ ଏପଟେ ଘରର ଏକମାତ୍ର ରୋଜଗାରିଆ ପୁଅ ନିରଞ୍ଜନ ଟିବି ରୋଗରେ ପୀଡିତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି। ଘରେ ସେମିତି କେହି ରୋଜଗାରିଆ ଲୋକ ନାହାଁନ୍ତି। ନିରଞ୍ଜନଙ୍କ ସ୍ତ୍ରୀ, ଝିଅ, ପୁଅ ଏବଂ ବୃଦ୍ଧା ମା ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଘର ଚଳାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଯଦି ସ୍ଥାନୀୟ ପ୍ରଶାସନ ଅସହାୟ ଅନୁସୟାଙ୍କ ନିକଟରେ ପହଁଚି ତାଙ୍କୁ ସହଯୋଗର ହାତ ବଢାଇଲେ ଅନୁସୟାଙ୍କ ପରିବାର ଭଲରେ ଜୀବନ ଅତିବାହାତ କରିପାରନ୍ତେ ।

 

Post a Comment

0 Comments