AD

An innocent dog has lost its life due to the explosion of the bomb ବୋମା ଫୁଟିବା ଯୋଗୁଁ ଗୋଟିଏ ନୀରିହ ଜୀବ କୁକୁରର ପ୍ରାଣବାୟୁ ଚାଲିଯାଇଛି

 


ପୁଣି ପୁରୀରେ ଫୁଟିଲା ବୋମା । ବୋମା ଫୁଟିବା ଯୋଗୁଁ ଗୋଟିଏ ନୀରିହ ଜୀବ କୁକୁରର ପ୍ରାଣବାୟୁ ଚାଲି ଯାଇଥିବା ବେଳେ କୁକୁରର ଶରୀରରୁ ଅଧା ଅଂଶ କଟିଯାଇଛି । ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ନିକଟ ଡଙ୍ଗା ଫ୍ୟାକ୍ଟ୍ରିରେ ବୋମା ଫୁଟିବା ଯୋଗୁଁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବମ୍ ସ୍ୱଆର୍ଡ ଓ ଡଗ୍ ସ୍ୱାଆର୍ଡ ମଧ୍ୟ ଆଉ କିଛି ସମୟ ପରେ ପହଞ୍ଚିବ ବୋଲି ଥାନା ଆଇଆଇସି କହିଛନ୍ତି ।  

ତେବେ ଡଙ୍ଗା ଫ୍ୟାକ୍ଟ୍ରି ଭିତରେ କେହି ଦୁର୍ବୁତ୍ତ ଏକ ଜୀଅନ୍ତା ବୋମା ରଖିଥିଵା ବେଳେ ଗୋଟିଏ କୁକୁର ଏହାକୁ ପାଟିରେ ଭିଡୁଥିଲା । ଠିକ୍ ସେହି ସମୟରେ ବୋମାଟି ଫାଟିଯାଇଥିଲା ଓ କୁକୁରଟି ବୋମା ଫୁଟିବା ଯୋଗୁଁ ପ୍ରାୟ ୫୦ ମିଟର ଛିଟିକି ପଡ଼ିଥିଲା । ତେବେ ଏଭଳି ଘଟଣା ମନୁଷ୍ୟକୃତ ବୋଲି ସ୍ଥାନୀୟ ବାସିନ୍ଦା କହିଥିବା ବେଳେ ଏହା ପେଣ୍ଠକଟା ଅଞ୍ଚଳରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ତେବେ କିଏ ଓ କାହିଁକି ବୋମା ରଖିଲା ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Post a Comment

0 Comments