AD

After domestic LPG price reduction, commercial LPG prices cut by Rs 158 ଘରୋଇ LPG ମୂଲ୍ୟ ହ୍ରାସ ପରେ ବ୍ୟବସାୟିକ LPG ମୂଲ୍ୟ 158 ଟଙ୍କା ହ୍ରାସ ପାଇଛି

 


ଆଜିଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୫୮ ଟଙ୍କା କମିଛି । ନୂଆ ଦାମ ଆଜିଠାରୁ ଲାଗୁ ହୋଇଛି । ୧୯ କେଜି ଗ୍ୟାସ ସିଲିଣ୍ଡର ଦାମ ମୂଲ୍ୟ ୧୫୮ ଟଙ୍କା କମ୍‌ ହୋଇଛି । କିଛିଦିନ ପୂର୍ବରୁ ଘରୋଇ ଗ୍ୟାସ ଦର ୨୦୦ ଟଙ୍କା କମ୍‌ ହୋଇଥିଲା ।

ନୂଆଦିଲ୍ଲୀରେ ନୂଆ ଦର ଲାଗୁ ହେବା ପରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୨୨.୫୦ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ୧୬୮୦ ଟଙ୍କା ଥିଲ। ସେହିପରି କୋଲକତାରେ ନୂଆ ଦର ଲାଗୁ ହେବା ପରେ  କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୮୦୨.୫୦ ଟଙ୍କାରୁ କମି ୧୬୩୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହି ଦର ପୂର୍ବରୁ ୧୬୪୦.୫୦ ଟଙ୍କା ଥିବା ବେଳେ ଏବେ ତାହା ୧୪୮୨ ଟଙ୍କାରେ ପହଞ୍ଚିଛି। ଗତ ମାସରେ କମର୍ସିଆଲ ଗ୍ୟାସ ଦାମ ଶହେ ଟଙ୍କା କମିଥିଲା।  ସରକାରଙ୍କ ଅନୁସାରେ, ଉଜ୍ଜ୍ୱଳା ଯୋଜନା ଅଧୀନରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଗତବର୍ଷ ସ୍ପଷ୍ଟ କରିଥିଲେ ଯେ ରୋଷେଇ ଗ୍ୟାସ୍‌ ଉପରେ ସବ୍‌ସିଡିର ଲାଭ କେବଳ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମିଳିବ। ବାକି ଅନ୍ୟ କାହାରିକୁ ଗ୍ୟାସ୍‌ ସିଲିଣ୍ଡର ଉପରେ ସବ୍‌ସିଡି ଦିଆଯିବ ନାହିଁ।

 

Post a Comment

0 Comments