AD

A millionaire by farming ଚାଷ କରି କୋଟିପତି ହୋଇଯାଇଛନ୍ତି

 


ସମସ୍ତେ ଲକ୍ଷପତି ବନୁଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ଚାଷ କରି କୋଟିପତି ହୋଇଯାଇଛନ୍ତି । ଯାହାଙ୍କ ସଫଳତା ଏବେ ସବୁଠି ଚର୍ଚ୍ଚା  । ନେଟ ହାଉସ ରେ ଚାଷ କରି ହେଲେ କୋଟିପତି । ସାରା ଦେଶ ଏବେ ତାଙ୍କ ସଫଳତା ର କାହାଣୀ ପଛରେ ..ପରିଶ୍ରମ ଯେବେ ସଫଳତାର ରୂପ ନିଏ ସେ ଖୁସିକୁ ବର୍ଣ୍ଣନା କରିବା ଏତେ ସହଜ ହୋଇନଥାଏ । ରୋଜଗାର କରିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ି଼ଥାଏ । କାହାକୁ ଭଲ ଚାକିରି ମିଳିଲେ ସେ ସେଥିରେ ନିଜ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖେ ତ ଅନ୍ୟ କିଏ ବେପାର କରି ନିଜ ପରିବାର ଚଳାଏ । ସମସ୍ତଙ୍କର ଇଚ୍ଛା ତ ଥାଏ ଧନୀ ହୋଇ ନିଜ ର ସବୁ ସ୍ୱପ୍ନକୁ ପୁରା କରି ସୁଖୀ ରେ ବଂଚିବା । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ତାହା ନଥାଏ । ଆଉ ଯେତେବେଳେ ପରିଶ୍ରମ ସହ ଭାଗ୍ୟ ବି ଆପଣଙ୍କର ସାଥ ଦେବ ସେତେବେଳେ ସଫଳତା ପାଇବାକୁ ବେଶୀ ସମୟ ଲାଗେ ନାହିଁ । ଏଇ ଯେମିତି ଏହି ବ୍ୟକ୍ତି ଙ୍କ ସହ ହୋଇଛି । କମ୍ପାନୀ ରେ ଚାକିରି କରି ମାସ କୁ ମାସ ଦରମା ପାଉଥିଲେ । କିନ୍ତୁ ସେତିକି ଦରମା ତାଙ୍କ ପରିଶ୍ରମ ପାଇଁ ସଠିକ ନଥିଲା । ଶେଷରେ ୧୨ହଜାର ଟଙ୍କିଆ ଚାକିରି ଛାଡ଼ି ଘରକୁ ଆସି ଚାଷ କଲେ । ଆଉ ଚାଷ ରେ ତାଙ୍କୁ ଏତେ ସଫଳତା ମିଳିଲା ଏବେ ସେ କୋଟିପତି । ଲୋକମାନଙ୍କ ମନରେ ପ୍ରାୟତଃ ଧାରଣା ରହିଛି ଯେ, ଚାଷୀ ମାନେ କେବଳ ସୋରିଷ, ଗହମ ଏବଂ ଡାଲି ଜାତୀୟ ଫସଲ ଚାଷ କରନ୍ତି, କିନ୍ତୁ ତାହା ନୁହେଁ। ବର୍ତ୍ତମାନ ଆଧୁନିକ ପଦ୍ଧତି ବ୍ୟବହାର କରି ନର୍ସରୀ ପ୍ରସ୍ତୁତ କରୁଛନ୍ତି । ଏହି କାରଣରୁ ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି। ଅନେକ କୃଷକ ଚାଷ ସହ ନର୍ସରୀ ବ୍ୟବସାୟ ମାଧ୍ୟମରେ ଲକ୍ଷପତି ହୋଇଛନ୍ତି । ସେହିପରି ଜଣେ ସଫଳ ଚାଷୀଙ୍କ ନାଁ ହେଉଛି ଓମ ପ୍ରକାଶ ପାଟିଦାର । ଓମ ପ୍ରକାଶଙ୍କୁ ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲାର ଧନୀ ଚାଷୀଙ୍କ ମଧ୍ୟରେ ଗଣାଯାଉଛି। ସେ ଚାଷ କରି କୋଟିପତି ହୋଇଛନ୍ତି ।

Post a Comment

0 Comments