AD

Wife dead in elephant attack, husband critical ହାତୀ ଆକ୍ରମଣରେ ସ୍ତ୍ରୀ ମୃତ ,ସ୍ଵାମୀ ଗୁରୁତର

 


ଦମ୍ପତିଙ୍କୁ ଦଳି ଦେଲା ଦନ୍ତା। ଏଭଳି ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।  ମୃତକହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛ।

 ଆଜି ସକାଳେ ସୁଲୋଚନା ଓ ଛବିନ୍ଦ୍ର ବଗିଚାରେ କାମ କରୁଥିଲେ। ଏହି ସମୟରେ ଏକ ଦନ୍ତା ହାତୀଟି ବଗିଚା ଭିତରକୁ ପଶି ଆସି ସୁଲୋଚନାଙ୍କ ଉପରକୁ ଆକ୍ରମଣ କରିଥିଲା। ସୁଲୋଚନାଙ୍କୁ ବଞ୍ଚାଇବାକୁ ଛବିନ୍ଦ୍ର ଯାଇଥିଲେ। ଦାନ୍ତାଟି ମଧ୍ୟ ତାଙ୍କୁ ଛାଡ଼ି ନଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ସୁଲୋଚନାଙ୍କର ମୃତ୍ୟୁ ଘଟିଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଥିଲେ।

Post a Comment

0 Comments