AD

What fault have I committed against you? ମୁଁ ତୋର କି ଦୋଷ କରିଥିଲି, ମତେ ଅପଙ୍ଗ କରିଦେଲୁ

 


କାଳିଆ ରେ.. ମୁଁ ତୋର କି ଦୋଷ କରିଥିଲି। ମତେ ଅପଙ୍ଗ କରିଦେଲୁ । ଏତେ ଦୂରରୁ ତୋ ବଡଦାଣ୍ଡକୁ ଆସି ମଧ୍ୟ ତତେ ଦର୍ଶନ କରିପାରିଲିନି । ମୋ ଲୁହ ଦେଇ ତୋ ବଡଦାଣ୍ଡରୁ ଫେରିଯାଉଛି । ଯଦି ପାରିବୁ ମତେ ମାରି ଦେ ।

ପୁରୀ ବଡଦାଣ୍ଡରେ ଏଭଳି ହୃଦୟକୁ ବିଚଳିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଣପୁରରୁ ବାପା ମା ଭାଇଭଉଣୀଙ୍କ ସହ ଆସିଥିବା ଜଣେ ଦିବ୍ୟାଙ୍ଗ ଯୁବତୀର କାଳିଆଙ୍କ ପାଖରେ ଆକୁଳ ନିବେଦନକୁ ଦେଖି ସାରା ପରିବାର ଲୋକେ କାନ୍ଦି ଉଠିଥିଲେ । ବଡଦାଣ୍ଡରେ ଥିବା ଶ୍ରଦ୍ଧାଳୁ ମଧ୍ୟ କୋହ ସମ୍ବରଣ କରିପାରିନଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏଭଳି ଲୁହଭରା କଣ୍ଠରେ ନିବେଦନ କରୁଥିବା ଯୁବତୀ ଜଣଙ୍କ ହେଲେ ସଂଘମିତ୍ରା । ସଂଘମିତ୍ରା ପିଲାବେଳୁ ଠିକ୍ ଥିଲେ। ଷଷ୍ଠ, ସପ୍ତମ ପଢିବା ବେଳେ ତାଙ୍କର ହଠାତ ଅଣ୍ଟାଠାରୁ ତଳକୁ କାମ କରିବା ବନ୍ଦ କରିଦେଲା। ଧୀରେଧୀରେ ରୋଗ ମଧ୍ୟ ବଢିଲା। ଦଶମ ବେଳକୁ ସମ୍ପୂର୍ଣ୍ଣ କାର୍ଯ୍ୟ କରିବା ବନ୍ଦ ହୋଇଗଲା। ତେଣୁ ସେ ଅଧାରୁ ପାଠ ଛାଡିବାକୁ ବାଧ୍ୟ୍ୟ ହେଲେ। ଏଭଳି କଷ୍ଟ ଆଉ ସେ ସହିପାରୁନଥିବା କହି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ପରିବାର ସହ ନିଜ ଦୁଃଖ ଜଣାଇବାକୁ ଶ୍ରୀମନ୍ଦିର ଆସିଥିବା ବେଳେ କାନ୍ଦି କାନ୍ଦି କୋହ ଭରା କଣ୍ଠରେ ମହାପ୍ରଭୁଙ୍କୁ ନିଜର ପ୍ରାର୍ଥନା ଜଣାଇଥିଲେ।

Post a Comment

0 Comments