ଗତ
ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କମ୍ୟୁନିଟି ଗାଇଡଲାଇନ୍ ଆଧାରରେ ୟୁଟ୍ୟୁବ୍ କେବଳ ଭାରତରୁ
ପ୍ରାୟ ୧୯ ଲକ୍ଷ ଭିଡିଓ ଡିଲିଟ୍ କରିଛି । ୟୁଟ୍ୟୁବରେ ଏତେ ସବୁ ବେନିୟମ ଭିଡିଓ ପଡ଼ିଥିଲା ଯେ
ତାର କଳନା କରିବା ମୁସ୍କିଲ । ଲୋକେ ମନଇଚ୍ଛା ଭିଡିଓ ଅପଲୋଡ୍ କରିଥିଲେ । ୟୁଟ୍ୟୁବର ଗାଇଡ୍
ଲାଇନ୍କୁ ମାନିନଥିଲେ । ତେଣୁ ଏହାକୁ ଡିଲିଟ୍ କରାଯାଇଛି । କେବଳ ତିନି ମାସ ଭିତରେ ଏତେ
ସଂଖ୍ୟକ ଭିଡିଓ ଡିଲିଟ୍ ହୋଇଛି । ଯାହା ବିଶ୍ୱରେ ସର୍ବାଧିକ ।
ଭାରତ ପଛକୁ ଆମେରିକାର
୬ ଲକ୍ଷ ୫୪ ହଜାର ୯୬୮ ଭିଡିଓ ଡିଲିଟ୍ ହୋଇଛି । ରୁଷିଆର ୪ ଲକ୍ଷ ୯୧ ହଜାର ୯୩୩, ବ୍ରାଜିଲର ୪ ଲକ୍ଷ
୪୯ ହଜାର ୭୫୯ଟି ଭିଡିଓକୁ ଏହି କାରଣରୁ ୟୁଟ୍ୟୁବ ଡିଲିଟ୍ କରି ଦେଇଛି ।
0 Comments
Please do not enter any Spam Link in the comment Box ,