AD

The state government has failed to protect elephants ହାତୀବଂଶକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର


 ରାଜ୍ୟ ସରକାର ହାତୀବଂଶକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ହାତୀ ମୃତ୍ୟୁ ନେଇ ରୁଜୁ ହୋଇଥିବା ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସରକାରଙ୍କୁ କଡ଼ା ଟିପ୍ପଣୀ ଶୁଣାଇଛନ୍ତି ହାଇକୋର୍ଟ । ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି, ସେ ସମ୍ବନ୍ଧରେ ଆବେଦନକାରୀଙ୍କ ଓକିଲଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ଆସନ୍ତା ମାସ 11 ତାରିଖରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ବୈଠକରେ ରାଜ୍ୟ ସରକାରଙ୍କ ଜଏଣ୍ଟ ଟାସ୍କ ଫୋର୍ସ ଟିମ୍ କୁ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି ।  

ଏବେ ଜଙ୍ଗଲ କ୍ଷୟ ଯୋଗୁ ଖାଦ୍ୟ ଅନ୍ବେଷଣରେ ହାତୀ ଜନବସତି ମୁହାଁ ହେଉଛନ୍ତି । କେଉଁଠି ଲୋକଙ୍କ ଘର ଭାଙ୍ଗୁଛନ୍ତି ତ କେଉଠି ଫସଲ ଖାଇବାକୁ ଗାଁ ଭିତରକୁ ମାଡି ଆସୁଛନ୍ତି । ଏପଟେ ହାତୀକୁ ଅଟକାଇବାକୁ ଯାଇ ଯାଉଛି ମଣିଷଙ୍କ ଜୀବନ ।  ଟାସ୍କଫୋର୍ସ ଗଠନ ହୋଇଥିଲେ ବି ଏଥିରେ ଅଭିଜ୍ଞ ବନ୍ୟପ୍ରାଣୀ ବିଶେଷଜ୍ଞ ନଥିବାରୁ ହାତୀ ମୃତ୍ୟୁର କାରଣ ଅନୁଧ୍ୟାନ କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

ସରକାରୀ ତଥ୍ୟ ଅନୁସାରେ ହାତୀ ମଣିଷ ଲଢ଼େଇରେ ଓଡ଼ିଶାରେ ସର୍ବାଧିକ ହାତୀ ଓ ମଣିଷଙ୍କ ଜୀବନ ଯାଉଛି। ଗତ 12 ବର୍ଷରେ ରାଜ୍ୟରେ ସମୁଦାୟ 954ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ 204ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। 2019ରୁ2022 ମଧ୍ୟରେ ରାଜ୍ୟରେ ମୋଟ 245ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ 36ଟିହାତୀ, କେନ୍ଦୁଝରରେ 21, ଅନୁଗୁଳ ଓ ସାତକୋଶିଆରେ 12ଟି, ଆଠଗଡ଼ , ଦେବଗଡ଼ , ଶିମିଳିପାଳ ଦକ୍ଷିଣରେ 11, କଳାହାଣ୍ଡି ଦକ୍ଷିଣରେ 10ଟି , ଖୋର୍ଦ୍ଧା 10ଟି ହାତୀ ମୃତ୍ୟୁ ହୋଇଛି। 

Post a Comment

0 Comments