AD

The guard has tears in his eyes ରାକ୍ଷୀ ଦେଇଛି ଆଖିରେ ଲୁହ



ରାକ୍ଷୀ ଦେଇଛି ଆଖିରେ ଲୁହ । ନିଜର ସମସ୍ତେ ଥାଇ ବି ଘର ପରିବାର ଠାରୁ ଅଲୋଡା ହୋଇପଡିଥିବା ଅନେକ ଅଛନ୍ତି । ଯେଉଁମାନେ ଏବେ ବି ବେସାହାରା ହୋଇ ରହୁଛନ୍ତି । କେବଳ ମୁକ୍ତାଶ୍ରୟ କେନ୍ଦ୍ର ହିଁ ସେମାନଙ୍କର ଏବେ ପରଚୟ । କାହାର ଭାଇ ନାହିଁ ତ କାହାର ଭଉଣୀ ନାହାନ୍ତି । ଯାହାର ଭାଇ କିମ୍ବା ଭଉଣୀ ଅଛନ୍ତି ସେମାନେ କେହି ଆପଣାର ନୁହନ୍ତି । ଯେତେବେଳେ ରାକ୍ଷୀ ଦିନଟି ଆସେ, ସେମାନଙ୍କ ଆଖି କୋଣରୁ ଲୁହ ଜକେଇ ଆସେ । ଆଉ ଏହି ପବିତ୍ର ଦିନରେ ସେମାନଙ୍କ ଆଖିରୁ ଲୁହ ଠୋପା ଠୋପା ହୋଇ ନିଗିଡି ପଡେ । ଯାହାକୁ ଓଠ ପିଇଯାଏ ନୀରବତାରେ .

ଏ ହେଉଛି ଭଦ୍ରକ ଜିଲ୍ଲା ର ଆସିୟାନା , ମୁକ୍ତାଶ୍ରୟ କେନ୍ଦ୍ର ।  ଏଠାରେ ରହୁଛନ୍ତି  ପ୍ରାୟ 26 ଜଣ  ମହିଳା ଅନ୍ତେବାସୀ । ଅନେକ ବେସାହାରା । ଯାହାଙ୍କର ସମସ୍ତେ ଥାଇ ବି କେହି ନାହାନ୍ତି । , ତେଣୁ ରାକ୍ଷୀ ପୂର୍ଣ୍ଣମୀ ରେ ଭାଇ କିମ୍ବା ଭଉଣୀ ର ସ୍ନେହ , ଭଲପାଇବା ଓ ପବିତ୍ର ବନ୍ଧନ ସେମାନଙ୍କ ପାଇଁ ସାତ ସପନ । କିନ୍ତୁ ଆଜି ମଧ୍ୟ ରାକ୍ଷୀ ବନ୍ଧନ ପାଳନ ହେଉଛି । ଏହି କେନ୍ଦ୍ର ରେ ଭାଇ ଭଉଣୀ ଭଳି ରହୁଥିବାରୁ ଆଜି ପରସ୍ପର କୁ ରାକ୍ଷୀ ବାନ୍ଧୁଛନ୍ତି ।  କିନ୍ତୁ ମନ ର ଭାବନା ନିଜ ରକ୍ତ ର ଭାଇ କୁ ଖୋଜୁଛି । ଆଉ ଏହି ଭାଇ ଭଉଣୀ ସିନା ରକ୍ତ ର ନୁହନ୍ତି,  କିନ୍ତୁ ପବିତ୍ର ସୂତା ଖଣ୍ଡିଏ ରେ ସାରା ଜୀବନ ପାଇଁ ଭାଇର ସାହାରା ପାଲଟିଯାଇଛନ୍ତି ।

ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ସେମାନଙ୍କ ଅତୀତର ଦୁଃଖ ଦୂର କରିଦେଉ… ସବୁରି  ପ୍ରାଣରେ ସୁଖ ଭରିଦେଉ…

Post a Comment

0 Comments