AD

The dream came true Bronze statue found under Uihunka! ସ୍ବପ୍ନାଦେଶ ସତ ହେଲା ଉଇହୁଙ୍କା ତଳୁ ମିଳିଲା ପିତ୍ତଳ ମୂର୍ତ୍ତୀ !



ବିଜ୍ଞାନ ଯୁଗରେ ଆଜି ବି ଅନେକ ଅଲୌକିକ ଘଟଣା ଶୁଣିବାକୁ ମିଳୁଛି । ଅବିଶ୍ବାସ ହେଲେବି ସତ । ସତ ହେଲା ସ୍ବପ୍ନାଦେଶ । ସ୍ବପ୍ନ ଆଧାରରେ ଘର ପାଖରେ ଥିବା ଉଇହୁଙ୍କା ଖୋଳିବା ପରେ ମିଳିଛି ଅନେକ ଦେବାଦେବୀଙ୍କ ପିତ୍ତଳ ବିଗ୍ରହ ।

ଏଭଳି ଅଲୌକିକ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ବଳରାମପୁର ଗାଁ ର ୧ ନମ୍ବର ଓ୍ୟାର୍ଡରେ। ଏହି ଓ୍ୟାର୍ଡ ର ବାସିନ୍ଦା ହରିହର ମହାନ୍ତି ଙ୍କ ଘରେ ଥିବା ଏକ ପୁରୁଣା ହୁଙ୍କା ତଳୁ ବାହାରିଛନ୍ତି ଗଣେଶ, ଲକ୍ଷ୍ମୀନାରାୟଣ, ଲକ୍ଷ୍ମୀ, ଗଜଲକ୍ଷ୍ମୀ ଓ ମଙ୍ଗଳାଙ୍କ ପିତଳ ବିଗ୍ରହ ମୃତ୍ତିମାନ। ହରିହରଙ୍କ ୧୦ମ ଶ୍ରେଣୀରେ ପଢ଼ୁଥିବା ଝିଅ ଅଙ୍କିତାଙ୍କୁ ସ୍ବପ୍ନାଦେଶ ହେବାରୁ ପରିବାର ଲୋକେ ନିଜ ରୋଷେଇ ଘରେ ଥିବା ଏକ ହୁଙ୍କାକୁ ଖୋଳି ପାଖାପାଖି ତିନି ଫୁଟ ତଳୁ ଏହି ବିଗ୍ରହମାନଙ୍କୁ ଉଦ୍ଧାର କରିଛନ୍ତି। ଏହା ଛଡା ଏହି ହୁଙ୍କା ତଳେ ଶିବଶକ୍ତି ବିଗ୍ରହ ରହିଥିବା କଥା କହୁଛନ୍ତି ହରିହରଙ୍କ ଝିଅ ଅଙ୍କିତା ।

ସମସ୍ତ ବିଗ୍ରହ ମାନଙ୍କୁ ନିଜ ଘରେ ସୁସଜ୍ଜିତ ଏକ ବିଭାନରେ ରଖି ପୂଜାର୍ଚ୍ଚନା କରୁଛନ୍ତି ହରିହରଙ୍କ ପରିବାର । ଏହି ଘଟଣା ପ୍ରଚାରିତ ହେବା ପରେ ହରିହରଙ୍କ ଘରେ ବିଗ୍ରହମାନଙ୍କୁ ଦର୍ଶନ କରିବାକୁ ହରିହରଙ୍କ ଘରେ ଲୋକଙ୍କ ଭିଡ ଲାଗିଛି । 

ଆମେ ଅନେକ ସମୟରେ ବିଭିନ୍ନ ଘଟଣାକୁ ଅନ୍ଧବିଶ୍ବାସ ବୋଲି ଭାବି ନେଇଥାଉ । ଏଭଳି ଭାବନା ଗ୍ରହଣଯୋଗ୍ୟ । ହେଲେ ଅଙ୍କିତାର ସ୍ବପ୍ନର ବାସ୍ତବତାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି..


Post a Comment

0 Comments