AD

The color of the security guard's dress is changing at night ରାତି ପାହିଲେ ବଦଳୁଛି ସୁରକ୍ଷାକର୍ମୀଙ୍କ ଡ୍ରେସ୍ ରଙ୍ଗ



ରାତି ପାହିଲେ ବଦଳୁଛି ସୁରକ୍ଷାକର୍ମୀଙ୍କ ଡ୍ରେସ୍ ରଙ୍ଗ । ୫-ଟି ସଚିବ ଗତକାଲି ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ପିଙ୍କ୍ କଲର ଟି-ସାର୍ଟ ପିନ୍ଧିଥିବା ବେଳେ ଆଜି ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ତେବେ ସଚିବଙ୍କ ସୁରକ୍ଷାରେ ନିୟୋଜିତ ଏହି ସୁରକ୍ଷା କର୍ମୀଙ୍କ ପୋଷାକର ରଙ୍ଗ ବଦଳାଯିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ସୁରକ୍ଷାକର୍ମୀଙ୍କ ପୋଷାକର ରଙ୍ଗ ବଦଳାଇବା ପଛର କାରଣ କଣ ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି ।

ଭି.କେ ପାଣ୍ଡିଆନ ଗତକାଲିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ଥିବା ବେଳେ ତାଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା, କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ନିଜ ନିଜ ଅଭିଯୋଗ ସିଧାସଳଖ ସଚିବଙ୍କୁ ଜଣାଇବାକୁ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ପାଣି ବୋତଲ, ବ୍ୟାଗ୍, କଳା ପୋଷାକ ପିନ୍ଧି ଥିବା ବ୍ୟକ୍ତିଙ୍କୁ ସଭାସ୍ଥଳ ଭିତରକୁ ଯିବାକୁ ବାରଣ କରାଯାଇଛି। ୫-ଟି ସଚିବଙ୍କ ତିନିଦିନିଆ ଗଞ୍ଜାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ଭଞ୍ଜନଗର, ସୋରଡ଼ା, ଆସ୍କା,ପୋଲସରା,ଖଲ୍ଲିକୋଟରେ କାର୍ଯ୍ୟକ୍ରମ ରହିଛି । ଆଜି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡିଆଠାରେ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହାକୁ ତୀବ୍ର ବିରୋଧ କରିଥିବା ବେଳେ ଗତକାଲି ସେ ମଧ୍ୟ ସଭାସ୍ଥଳକୁ ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ମାତ୍ର ଶହ ଶହ ସଂଖ୍ୟାରେ ବିଜେଡି ସମର୍ଥକ ଗତକାଲି ଲାଞ୍ଜିପଲ୍ଲୀଠାରେ ତାଙ୍କୁ ଅଟକାଇଥିଲେ। ଫଳରେ ରାସ୍ତା ଉପରେ ମହାଭାରତ ସୃଷ୍ଟି ହୋଇଥିଲା ଓ ରାସ୍ତା ପାଲଟିଥିଲା ରଣକ୍ଷେତ୍ର । 

 




 

Post a Comment

0 Comments