AD

The capital has now become the dengue hub ରାଜଧାନୀ ଏବେ ପାଲଟିଛି ଡେଙ୍ଗୁର ହବ

 


ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ। ଭୁବନେଶ୍ୱରର ପ୍ରିୟଦର୍ଶିନୀ ମାର୍କେଟ ଡେଙ୍ଗୁର ହଟସ୍ପଟ ପାଲଟିବାକୁ ଯାଉଛି ଗତ  ୧୫ ଦିନରେ ୧୫ ଜଣ  ବ୍ୟବସାୟୀ  ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ଏଥିପାଇଁ ବିଏମସି ବିଡ଼ିଏକୁ ସିଧାସଳଖ ଦାୟୀ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘର ସଭାପତି ଶରତ ରାଉତ

 ବର୍ଷା ଦିନ ଆରମ୍ଭରୁ ମାର୍କେଟର ରାସ୍ତାକୁ ଯେଉଁଭଳି ଭାବେ ଖୋଳି ଦିଆଯାଇଛି, ପାଣି ଜମିବାରୁ ତାହା ଡେଙ୍ଗୁ ମଶାର ବଂଶବୃଦ୍ଧିର କାରଣ ପାଲଟିଛି ବୋଲି କହିଛନ୍ତି ବ୍ୟବସାୟୀ କମ୍ପେ୍ଲକ୍ସରେ ପୂର୍ବରୁ ଥିବା ଶୈାଚାଳୟକୁ ନବୀକରଣ କରାଯିବ କହି ବିଏମସି ଏହାକୁ ଭାଙ୍ଗିଦେଇଛି ନୂତନ ନିର୍ମାଣ ହେବାରୁ ଏହା ଆବର୍ଜନାର ଗନ୍ତାଘର ପାଲଟିଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି ଏଥିପାଇଁ କେବଳ ବିଏମସିକୁ ଦୋଷ ଦେଲେ ହେବନାହିଁ ନିଜ ଆଖପାଖକୁ ପରିଷ୍କାର ରଖିଲେ ଡେଙ୍ଗୁରୁ ରକ୍ଷା ପାଇବା।


Post a Comment

0 Comments