AD

The 8th edition of the job fair will be held today ଆଜି ଅନୁଷ୍ଠିତ ହେବ ରୋଜଗାର ମେଳାର ଅଷ୍ଟମ ସଂସ୍କରଣ

 


ଆଜି ରୋଜଗାର ମେଳାର ଅଷ୍ଟମ ସଂସ୍କରଣ ଅନୁଷ୍ଠିତ ହେବ । ଏକ ସଙ୍ଗେ 51 ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ। ଦେଶର 45ଟି ସ୍ଥାନରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। ଭୁବନେଶ୍ବର ରେଳ ଅଡିଟୋରିଆମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେବେ ସାମିଲ। ସକାଳ 10.30ରେ ଅନୁଷ୍ଠିତ ହେବ ରୋଜଗାର ମେଳା। ନିଯୁକ୍ତି ପତ୍ର ବଣ୍ଟନ ପରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ମାର୍ଗଦର୍ଶନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ 51ହଜାର ପଦବୀରେ ଭର୍ତ୍ତି ପାଇଁ ମିଳିବ ନିଯୁକ୍ତି ପତ୍ର।

ରାଜସ୍ବ , ଆର୍ଥିକ ସେବା, ଡାକ, ଶିକ୍ଷା, ପ୍ରତିରକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଜଳସମ୍ପଦ ବିଭାଗ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକରେ ମିଳିବ ନିଯୁକ୍ତି। ନୂଆ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପରିବଦ୍ଧତା ଦିଗରେ ରୋଜଗାର ମେଳା ଏକ ବଡ଼ ପଦକ୍ଷପ। ଯାହାକି ଦେଶର ଯୁବପୀଢିଙ୍କ ପାଇଁ ଆଣି ଦେଇଛି ଏକ ବଡ଼ ସୁଯୋଗ। ଗତବର୍ଷ ସେପ୍ଟେମ୍ବର ମାସରେ ରୋଜଗାର ମେଳାର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା। ଏହି ରୋଜଗାର ମେଳା ମାଧ୍ୟମରେ 10 ଲକ୍ଷ ସରକାରୀ ଚାକିରି ଦେବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର।

Post a Comment

0 Comments