AD

Sand artist Sudharsan Patnaik congratulated ISRO through sand art on the success of Chandrayaan-3ଚନ୍ଦ୍ରଯାନ-୩ର ସଫଳତା ନେଇ ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

 



ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଚନ୍ଦ୍ରଯାନ-୩ର ସଫଳତା ନେଇ  ଇସ୍ରୋକୁ ଶୁଭେଛା ଜଣାଇଛନ୍ତି । ଏହି ଆକର୍ଷଣୀୟ ବାଲୁକାକୃତି ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ ଟନ୍ ବାଲିରେ ୧୫ଫୁଟ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ନିର୍ମାଣ କରିଛନ୍ତି। ଏଥିରେ ଚନ୍ଦ୍ରାୟନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହାର ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।

ଚନ୍ଦ୍ରର ପାଖାପାଖି ହେଉଛି ଚନ୍ଦ୍ରଯାନ । ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରପୃଷ୍ଟରେ କରିବ ଲ୍ୟାଣ୍ତ । ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରଯାନ-3ର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ୬ ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଏହି ମିଶନ ପାଇଁ ଆଗାମୀ କିଛି ମୁହୂର୍ତ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ବର୍ତ୍ତମାନ, ଚନ୍ଦ୍ରାୟଣ -3 ‘ଶେଷ ମୁହୂର୍ତ୍ତର’ ପର୍ଯ୍ୟାୟରେ ଅଛି । ଏହା ହେଉଛି ସମୟ ଯେତେବେଳେ ଚନ୍ଦ୍ରାୟନ -3 ଏକ ଚ୍ୟାଲେଞ୍ଜିଂ ସ୍ଥିତିରେ ପହଞ୍ଚିଛି । 

Post a Comment

0 Comments