AD

୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ Ink Attack On 5T Secretary VK Pndian


 


ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼। ଘଟଣାରେ କାଳିମାଡ଼ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ହେଉଛନ୍ତି କଣାସର ଭାସ୍କର ସାହୁ। କେବଳ ୫ଟି ସଚିବ ନୁହେଁ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି।

 

ସୂଚନା ଅନୁଯାୟୀ, ଶନିବାର ଅପରାହ୍ଣ ପ୍ରାୟ ୨ଟା ୩୦ରେ ପୁରୀ ଜିଲ୍ଲା ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଆୟୋଜିତ ସଭାରେ ଯୋଗ ଦେବା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଶନିବାର କାଳିମାଡ଼ ହୋଇଛି। କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇଛି। କାଳିମାଡ଼ କରିଥିବା ବ୍ୟକ୍ତି କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାଯାଇଛି। ତେବେ ଯୁବକ ଜଣକ କାହିଁକି କାଳିମାଡ଼ କରିଛି ତାର କାରଣ ଜଣା ପଡ଼ିନି।


Post a Comment

0 Comments