AD

India is preparing vigorously for the G20 summit ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି

 


ଭାରତ ଜି୨୦ ଶିଖର ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ ଏବଂ ବ୍ୟାପାର ପ୍ରତିନିଧିମଣ୍ଡଳୀ ଯୋଗ ଦେବେ । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଧ୍ୟ ଏବଂ ଦକ୍ଷିଣ ଦିଲ୍ଲୀର ସମସ୍ତ ହୋଟେଲ ବୁକ୍‌ ହୋଇସାରିଛି । ଦିଲ୍ଲୀର ବିମାନବନ୍ଦରରେ ଜି୨୦ ଶିଖର ସମ୍ମିଳନୀ ପାଇଁ ପାଖାପାଖି ୫୦ରୁ ଅଧିକ ବିମାନ ଅବତରଣ କରିବ ।

ଦିଲ୍ଲୀର ଆଇଟିସି ମୋର୍ଯ୍ୟା ହୋଟେଲର ୪୦୦ ରୁମ୍‌ ବୁକ୍‌ ହୋଇଛି ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ । ହୋଟେଲର ମହଲନୁମା ଗ୍ରାଣ୍ଡ ପ୍ରେସିଡେଣ୍ଟାଲ ସ୍ୱିଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିବେ । ଅନ୍ୟ ରୁମରେ ତାଙ୍କ ସହିତ ଆସିଥିବା ସମସ୍ତ ଅଧିକାରୀ ରହିବେ । ରାଷ୍ଟ୍ରପତିଙ୍କ ସୁରକ୍ଷଶ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ହାଇସ୍ପିଡ ଲିଫ୍ଟ, ଡ୍ରଇଂ ରୁମ୍‌, ପାର୍କିଂ ରାସ୍ତା ଇତ୍ୟାଦି ବ୍ୟବସ୍ଥା କରାଯାଇଛି ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପାଇଁ ତାଜ ବୁକ୍‌ ହୋଇଛି । ଅନ୍ୟ ରୁମରେ ତାଙ୍କ ସହଯୋଗୀ ରହିବେ । ଏହି ହୋଟେଲରେ ଚୀନ ବ୍ୟତୀତ ୟୁଏଇ ଏବଂ ବ୍ରାଜିଲର ଅତିଥି ରହିବେ ।ଦିଲ୍ଲୀର ହୋଟେଲ କ୍ଲେରିଜସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପାଇଁ ବୁକ୍‌ ହୋଇଛି । ଏହି ହୋଟେଲରେ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ତାଙ୍କ ସହଯୋଗୀ ରହିବେ । ହୋଟେଲ ଇମ୍ପେରିଆଲରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ରହିବେ । ହୋଟେଲ ଶଙ୍ଗରୀ ଲାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ରହିବେ ।

ଏହାଛଡା ବୈଠକରେ ଗୃହ ମନ୍ତ୍ରଣାଳୟ, ଭାରତୀୟ ବାୟୁସେନା, ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ, ନାଗରିକ ଉଡ୍ଡୟନ ସୁରକ୍ଷା ବ୍ୟୁରୋ, ସିଆଇଏସଏଫ, ଆଇବି ଇତ୍ୟାଦି ଯୋଗ ଦେବେ ।

 

Post a Comment

0 Comments