AD

Have you seen green eggs? ଆପଣମାନେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ?

 


 ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ତ ଆପଣମାନେ ନିଶ୍ଚୟ ଦେଖିଥିବେ । ଲାଲ ଅଣ୍ଡାକୁ ଲୋକେ ଦେଶୀ ଅଣ୍ଡା ମଧ୍ୟ କହିଥାନ୍ତି । କିନ୍ତୁ ସବୁଜ ରଙ୍ଗର ଅଣ୍ଡା ଆପଣ କେବେ ଦେଖିଛନ୍ତି କି ? ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ ସବୁଜ ରଙ୍ଗର ଅଣ୍ଡା କଥା ଶୁଣି । କିନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଏଭଳି ଏକ ସବୁଜ ଅଣ୍ଡା ବିଷୟରେ ।

ଜଳଖିଆରେ ଅଣ୍ଡା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପ୍ରସ୍ତୁତିରେ ମଧ୍ୟ ଅଣ୍ଡା ବ୍ୟବହାର ହୋଇଥାଏ । ଜଣେ ବ୍ୟକ୍ତି ଖାଦ୍ୟରେ ସର୍ବାଧିକ ୪ ରୁ ୫ ଟି ଅଣ୍ଡା ଖାଇ ପାରିଥାଏ । କିନ୍ତୁ ଆମେ କହୁଥିବା ଏହି ସବୁଜ ରଙ୍ଗର ଅଣ୍ଡା ଏତେ ବଡ଼ ଯେ ଆପଣଙ୍କ ପୂରା ପରିବାର ଏହାକୁ ଖାଇ ପାରିବ । ତେବେ ଏହି ସବୁଜ ଅଣ୍ଡା କେଉଁ ପକ୍ଷୀର ଆପଣଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଥିବ । ଏଭଳି ଅଣ୍ଡା ବିଷୟରେ ଆପଣମାନେ ହୁଏତ ପୂର୍ବରୁ କେବେ ଶୁଣି ନଥିବେ । ତେବେ ଆସନ୍ତୁ ଜାଣିବା ଏହି ଅଣ୍ଡା ବିଷୟରେ କିଛି ରୋଚକ ତଥ୍ୟ ।

ଏମୁ ପକ୍ଷୀ ଏହି ସବୁଜ ଅଣ୍ଡା ଦେଇଥାଏ । ଏହି ଅଣ୍ଡା କେବଳ ଆକାରରେ ବଡ ନୁହେଁ, ଏହା ସ୍ୱାଦିଷ୍ଟ ମଧ୍ୟ । ଏମୁ ଅଣ୍ଡା ସୁନ୍ଦର ଏବଂ ସବୁଜ ରଙ୍ଗ ପାଇଁ ବେଶ ଜଣାଶୁଣା । ଏହି ଅଣ୍ଡାର ଚୋପାକୁ ମଧ୍ୟ ସଂରକ୍ଷିତ କରି ରଖାଯାଇ ପାରିବ । ଗୋଟିଏ ଧଳା ଅଣ୍ଡା ରାନ୍ଧିବା ପାଇଁ ପ୍ରାୟ ୧୦ ମିନିଟ ସମୟ ଲାଗୁଥିବାବେଳେ ଏମୁ ଅଣ୍ଡା ଅଧିକ ସମୟ ନେଇଥାଏ, କାରଣ ସେଗୁଡ଼ିକ ଆକାରରେ ବଡ଼ ଥାଏ । ଏହି ସବୁଜ ରଙ୍ଗର ଅଣ୍ଡାକୁ ଫୁଟାଇ କିମ୍ବା ଓମଲେଟ୍ କରି ମଧ୍ୟ ଖାଇପାରିବେ । ଗୋଟିଏ ଏମୁ ଅଣ୍ଡାକୁ ୫-୬ ଜଣ ଲୋକ ଖାଇ ପାରିବେ ।

Post a Comment

0 Comments