AD

Drought risk ମରୁଡ଼ି ଆଶଙ୍କା

 


ନିଅଣ୍ଟିଆ ବର୍ଷା ଯୋଗୁ ଅଧିକାଂଶ ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ମୌସୁମୀ ୪ ମାସରୁ ୩ ମାସ ଶେଷ ହେବାକୁ ବସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାଣ ବର୍ଷାର ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି। ୩ ମାସ ମଧ୍ୟରେ ଯେଉଁ ବର୍ଷା ହୋଇଛି , ତାହା ଚାଷ ଉପଯୋଗୀ ହୋଇପାରିନାହିଁ। ଫଳରେ ଅନେକ ସ୍ଥାନରେ ଧାନ ଗଛ ନଷ୍ଟ ହେବାକୁ ବସିଛି। ପାଣିପାଗ କେନ୍ଦ୍ରର ତଥ୍ୟକୁ ଦେଖିଲେ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇଛି। ହେଲେ ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ ନିଅଣ୍ଟିଆ ରହିଥିଲା।

ସବୁଠୁ କମ ବର୍ଷା ଅଗଷ୍ଟ ମାସରେ ରେକର୍ଡ କରାଯାଇଛି। ରାଜ୍ୟରେ ଜୁନ ୧ରୁ ୨୮ ଅଗଷ୍ଟ ମଧ୍ୟରେ ୭୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୩୩୩.୫ ମିଲିମିଟର ତୁଳନାରେ ପ୍ରାୟ ୧୦ ପ୍ରତିଶତ କମ୍। କିନ୍ତୁ ଅଗଷ୍ଟ ପହିଲାରୁ ୩ ତାରିଖ ମଧ୍ୟରେ ହୋଇଥିବା ଗଭୀର ଅବପାତ ପ୍ରଭାବରେ ୧୪୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଲଘୁଚାପ ପ୍ରଭାବରେ ୧୮ ଏବଂ ୧୯ ତାରିଖରେ ୫୧୭ ମିଲିମିଟର ବର୍ଷା ଏବଂ ୨୪ ଓ ୨୫ ତାରିଖରେ ରେକର୍ଡ ହୋଇଥିଲା। ମୋଟ ଏହି ୭ ଦିନରେ ଅଗଷ୍ଟ ମାସରେ ୨୧୯.୬ ମିଲିମିଟର ବର୍ଷ ରେକର୍ଡ ହୋଇଛି। କିନ୍ତୁ ଅବଶିଷ୍ଟ ୨୧ ଦିନରେ ସ୍ବାଭାବିକ ବର୍ଷା ତୁଳନାରେ ୫୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ଅନେକ ଜିଲ୍ଲାରେ ସ୍ବାଭାବିକ ବର୍ଷା ସତ୍ତ୍ବେ କ୍ଷେତ ଶୁଖିଲା ରହିଛି। 

Post a Comment

0 Comments