AD

Conspiracy of the Westପଶ୍ଚିମ ରାଷ୍ଟ୍ରଙ୍କ ଷଡଯନ୍ତ୍ର

 


ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତ୍ୟକ୍ଷ ଭାବେ ଯୋଗ‌ ଦେବେନାହିଁ। ପୁଟିନଙ୍କ ସମେତ ସମସ୍ତ ଜି-୨୦ ରାଷ୍ଟ୍ର ନେତା ଏବଂ ଅନ୍ୟ ଅତିଥି ରାଷ୍ଟ୍ରର ପ୍ରତିନିଧିମାନେ ଜି-୨୦ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପୁଟିନ ପ୍ରତ୍ୟକ୍ଷ ଭାବେ ଏହି ବୈଠକରେ ଯୋଗ ଦେବେନାହିଁ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। କ୍ରେମଲିନ ମୁଖପାତ୍ର ମିଟ୍ରି ପେସକଭ କହିଛନ୍ତି, ୟୁକ୍ରେନରେ ସ୍ବତନ୍ତ୍ର ସାମରିକ ଅପରେସନ୍‌ ଏବେ ପୁଟିନଙ୍କ ମୁଖ୍ୟ ଫୋକସ୍‌ରେ ରହିଛି। ପଶ୍ଚିମ ରାଷ୍ଟ୍ରମାନେ ଲଗାତାର ରୁଷ୍‌ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଏବେ ୱାଗନର ସେନା ମୁଖ୍ୟଙ୍କ ମୃତ୍ୟୁ ପାଇଁ ମଧ୍ୟ କ୍ରେମ୍‌ଲିନକୁ ଦାୟୀ କରାଯାଉଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ପୁଟିନ ପ୍ରତ୍ୟକ୍ଷ ଭାବେ ସମ୍ମିଳନୀରେ ଯୋଗ ଦେଇନପାରନ୍ତି।

Post a Comment

0 Comments