AD

Chandrayaan-3 has started exploring the moon ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-୩

 


ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ । ଚନ୍ଦ୍ରର ମାଟିର ତାପମାତ୍ରା କେତେ ରହେ ତା'ର ଅନୁସନ୍ଧାନ କରିଛି ଏହି ପେଲୋଡ୍ ।

ଏନେଇ ଇସ୍ରୋ ଏକ୍ସ ଯେଗେ ସୂଚନା ଦେଇ କହିଛି, "ଚନ୍ଦ୍ରର ଭୂପୃଷ୍ଠରୁ 10 ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି । ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-3 ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି। " ଇସ୍ରୋ ଏହାର ଏକ ଗ୍ରାଫ୍ ମଧ୍ୟ ସେୟାର୍ କରିଛି ।

ଗ୍ରାଫରେ ଥିବା ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି।  ChaSTE ପେଲୋଡ୍ ମାଧ୍ୟମରେ ଏହି ଅନୁସନ୍ଧାନ କରାଯାଇଛି । ଏଥିରେ 10 ଟି ଭିନ୍ନ ଭିନ୍ନ ତାପମାତ୍ରା ସେନ୍ସର ଅଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ତାପମାତ୍ର ଯାଞ୍ଚ କରାଯାଇଥିବା ଇସ୍ରୋ କହିଛି । 

ଗତକାଲି ଇସ୍ରୋ କହିଥିଲା ​​ଯେ, ଚନ୍ଦ୍ରଯାନ-3 ମିଶନର ତିନୋଟି ଉଦ୍ଦେଶ୍ୟ ମଧ୍ୟରୁ ଦୁଇଟି ପୂରଣ ହୋଇସାରିଛି । ତୃତୀୟ ଉଦ୍ଦେଶ୍ୟ ଉପରେ ବୈଜ୍ଞାନିକ ପରୀକ୍ଷଣ ଜାରି ରହିଛି ।


Post a Comment

0 Comments