AD

ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ ଥ୍ରୀ Chandrayaan 3 approached the moon


ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ ଥ୍ରୀ । ଚନ୍ଦ୍ରର ନୂଆ ଫଟୋ ଉତୋଳନ କଲା ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ଏହାସହ ଲ୍ୟାଣ୍ଡର ବିକ୍ରମର ଏଲପିଡିସି କ୍ୟାମେରା ଚନ୍ଦ୍ରର ଫଟୋ ଚିତ୍ର ପଠାଇଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଏଲପିଡିସି ଅର୍ଥାତ ଲ୍ୟାଣ୍ଡରର କ୍ୟାମେରାରୁ ଏହି ଫଟୋ ନିଆଯାଇଛି । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ପାଇଁ ସଠିକ୍ ସ୍ଥାନ ବାଛିବ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ଏହି ଅତ୍ୟାଧୁନିକ କ୍ୟାମେରା । ପରେ ୨୦ତାରିଖରେ ଆଉ ଥରେ ତାକୁ ଡିବୁଷ୍ଟିଂ କରାଯାଇ ଚନ୍ଦ୍ରଠାରୁ ସର୍ବାଧିକ ଶହେ କିଲୋମିଟର ସର୍ବନିମ୍ନ ୩୦କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ ।

Post a Comment

0 Comments