AD

ସାଧୁବେଶୀ ବ୍ୟକ୍ତି ତଳେ କଚାଡ଼ି ମାରିଦେଲା ୫ ବର୍ଷର ବାଳକକୁ



 ବେଶଭୂଷାରୁ ସାଧୁ ପରି ମନେ ହେଉଥିବା ବ୍ୟକ୍ତି ଜଣକ ବାଳକର ଗୋଟାଏ ଗୋଡ଼କୁ ଧରି ତଳେ କଚାଡ଼ି ମାରିଦେଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ଅନ୍ତର୍ଗତ ମଥୁରାର ଗୋବର୍ଦ୍ଧନରେ । ସାଧୁ ବେଶ ଧାରଣ କରିଥିବା ଜଣେ ବ୍ୟକ୍ତି  ୫ ବର୍ଷର  ବାଳକକୁ ଥରକୁ ଥର ତଳେ କଚାଡ଼ି ମାରି ପକାଇଥିବା କଥା ପୁଲିସ କହିଛି।ଶନିବାର ସନ୍ଧ୍ୟା ବେଳେ ଘଟିଥିବା ଏହି ଅଘଟଣର ଦୃଶ୍ୟ ‘ସିସିଟିଭି’ରେ ବି ଉତ୍ତୋଳିତ ହୋଇଛି।

ସେ ବାଳକଟିର ବାପା ଛୋଟ ଦୋକାନ ଟିଏ କରି ଘର ଚଳାନ୍ତି। ସେଦିନ ‘ରାଧାକୁଣ୍ଡ କମ୍ୟୁନିଟି ସେଣ୍ଟର୍‌’ ନିକଟରେ ଥିବା ତାଙ୍କ ଘର ବାହାରେ ବାଳକଟି ଖେଳୁଥିଲା। ହଠାତ୍‌ ସାଧୁବେଶୀ ଲୋକଟି ତା’ ପାଖକୁ ଯାଇ ତାକୁ ଧରିପକାଇଲେ। ତା’ପରେ ସେ ମାତ୍ର ଦୁଇଥର ତଳେ କଚାଡ଼ି ଦେବାରୁ ପିଲାର ଜୀବନ ଚାଲିଗଲା। ଏହା ଦେଖି ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ସେ ସାଧୁବେଶୀ ବ୍ୟକ୍ତିଙ୍କୁ ଧରିପକାଇ ମାରଧର କଲେ। ପରେ ପୁଲିସ ସେଠାରୁ ସେ ବ୍ୟକ୍ତିଙ୍କୁ ଧରି ନେଇଗଲା।

Post a Comment

0 Comments