AD

ଆସନ୍ତାକାଲି ସନ୍ଧ୍ୟାରେ ଜହ୍ନକୁ ଛୁଇଁବ ଭାରତ

 


କାଉଂଟଡାଉନ୍ ଆରମ୍ଭ ହୋଇ ଯାଇଛି ।  ଭାରତ ପ୍ରତି ମୁହୂର୍ତରେ ଚନ୍ଦ୍ରର ଆହୁରି ନିକଟତର ହେଉଛି । ଆସନ୍ତାକାଲି ସନ୍ଧ୍ୟା ୬ଟା ୪ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଏଥିପାଇଁ ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା । ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଦେଶର ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରାଯାଉଛି । କିପରି ସଫଳତାର ସହ ବିକ୍ରମ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ସେନେଇ ଦେଶବାସୀ ଭଗବାନଙ୍କ ପାଖରେ କାମନା କରୁଛନ୍ତି । ସାରା ଦେଶ ଅପେକ୍ଷା କରିଛି ସେହି ସ୍ୱର୍ଣ୍ଣିମ ସମୟକୁ । ଯେତେବେଳେ ଇତିହାସ ରଚିବ ଭାରତ ।

 

ଭାରତର ଚନ୍ଦ୍ରଯାନ-୩କୁ ନେଇ ଅବଗଣନା ଆରମ୍ଭ ହୋଇସାରିଛି । ଯଦି ପାଗ ଅନୁକୂଳ ରହେ ତାହାହେଲେ ବୁଧବାର ସନ୍ଧ୍ୟା ୬ଟା ୦୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସେପଟେ ଆସିଛି ଚନ୍ଦ୍ରମାର ନୂଆ ଫଟୋ । ଚନ୍ଦ୍ରର ଅଦେଖା ଅଂଚଳ ଦକ୍ଷିଣ ପ୍ରାନ୍ତରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଏହାଦ୍ୱାରା ବିଶ୍ୱରେ ଇତିହାସ ରଚିବାକୁ ଯାଉଛି ଭାରତ ।

Post a Comment

0 Comments