AD

କୁନି ଝିଅର ଭିଡ଼ିଓ ଭାଇରାଲ

 


କୋରାପୁଟରେ ଏବେ କୁନି ଝିଅର ଭିଡ଼ିଓ ଭାଇରାଲ ।  ଗାଁ ଲୋକଙ୍କ ସମସ୍ୟାକୁ ନେଇ ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଛି କୁନି ଝିଅ ।  କୋରାପୁଟରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅଭିନୟ ମାଧ୍ୟମରେ ନିଜ ଅଞ୍ଚଳର ସମସ୍ୟା ଟିକିନିଖି ବଖାଣିବା ଏବଂ ଅନେକ ଥର ବିଡ଼ିଓ ମହାଶୟ ଆସି ଫେରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା ଭଳି ବିଭିନ୍ନ ସମସ୍ୟା ସାହସିକତା ସହ କହି ପାରିଥିଲେ। 

ଏ ସମସ୍ତ ଅଭିଯୋଗ କାନଦେଇ ଶୁଣୁଥିଲେ ମୁଖ୍ୟ ଅତିଥି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କୋରାପୁଟ ଜିଲ୍ଲାପାଳ ସ୍ଥାନୀୟ ବିଧାୟକ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ। ଏବେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ପରେ କୁନି ଝିଅକୁ ଏବେ ସାଧାରଣରେ ପ୍ରଶଂସା ସୁଅ ଛୁଟିଛି।

Post a Comment

0 Comments