ବିବାହ ସ୍ୱର୍ଗର
ବରଦାନ।କିଏ କାହା ସହ ବିବାହ କରିବ ତାହା ଜନ୍ମ ଜନ୍ମ ପାଇଁ ସ୍ଵର୍ଗରେ ନିଷ୍ପତ୍ତି ହୋଇଥାଏ ।ଏଇ ସ୍ବର୍ଗୀୟ
ସମ୍ପର୍କକୁ ଦେବତା ମାନେ ଭଲପାଆନ୍ତି ,ଆଶୀର୍ବାଦ ବି ଦିଅନ୍ତି । ସେଥପାଇଁ ବିବାହକୁ ଶୁଭକର୍ମ ବୋଲି
କୁହାଯାଏ ।ବିବାହ ତ ସବୁଠି ହେଉଛି । ବିଭିନ୍ନ ସ୍ଥାନରେ ବରକନ୍ୟା ପାତ୍ର ଯୋଗାଡ ପରେ ବିବାହ ପାଇଁ
ପରିବାର ଲୋକ ପ୍ରସ୍ତୁତ ହୋଇଥାନ୍ତି ।କିନ୍ତୁ ଏଭଳି ଏକ ନିଆରା ବିବାହ ଶୁଣିଲେ ଆପଣମାନେ ଉତ୍ସୁକତାର ସହ ଚାହିଁ ରହିବେ କଣ ରହିଛି ।ଆମେ କହୁଛୁ ଏଭଳି
ଏକ ନିଆରା ବିବାହ କଥା। ଯେଉଁଠି ଜଣେ ଦୃଷ୍ଟିବାଧିତ ବର ହାତ ଧରିଛନ୍ତି ଜଣେ ଭିନ୍ନକ୍ଷମ କନ୍ୟାର।ଗୋଟିଏ ଜନ୍ମ ପାଇଁ ନୁହଁ । ଜନ୍ମ ଜନ୍ମ ପାଇଁ ତାଙ୍କର ଏ ଶପଥ ।
କେନ୍ଦ୍ରାପଡା
ଜିଲ୍ଲାର ଗୋପ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ଏଇ ନିଆରା ବିବାହ ।
ବେଦୀ ଉପରେ ଚାଲିଛି ମନ୍ତ୍ରପାଠ । ପବିତ୍ର ହୋମ ଅଗ୍ନିକୁ
ସାକ୍ଷୀ ରଖି ବର କନ୍ୟାଙ୍କର ପଡୁଛି ହସ୍ତଗଣ୍ଠି। ତେବେ ଅନ୍ୟ ବିବାହ ପରି ଏହା ଏକ ସାଧାରଣ ବାହାଘର
ନୁହଁ
ବର ଅଲେଖ ଚନ୍ଦ୍ର
ଜେନା ଶତ ପ୍ରତିଶତ ଦୃଷ୍ଟିବାଧିତ ହୋଇଥିବା ବେଳେ କନ୍ୟା ଦମୟନ୍ତୀ ପଚାଶ ପ୍ରତିଶତ ଭିନ୍ନକ୍ଷମ
ଉଭୟ ପବିତ୍ର
ଅଗ୍ନି କୁ ସାକ୍ଷୀ ରଖି ପରସ୍ପର କୁ ସାତ ଜନ୍ମ ପାଇଁ ବରଣ କରିଛନ୍ତି l ନିଜନିଜ ଭିତରେ ଥିବା ଅଭାବବୋଧକୁ
ପଛରେ ପକାଇ ପରସ୍ପରର ସାହାରା ପାଲଟିବା ପାଇଁ ଉଭୟ ନିଷ୍ପତ୍ତି ନେଇଛନ୍ତି l
ଉଭୟଙ୍କ ନିଷ୍ପତି
କୁ ପରିବାର ଲୋକେ ସ୍ୱୀକୃତି ଦେବା ପରେ ଆଜି ବଡ ଧୁମଧାମରେ ରାମ ମନ୍ଦିର ପରିସରରେ ଉଭୟଙ୍କ ହସ୍ତଗଣ୍ଠି
ପଡିଛି l
ଏହି ବିବାହ
ରେ ଅଲେଖ ଓ ଦମୟନ୍ତୀ ଙ୍କ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ମଧ୍ଯ ଏହି ନିଆରା ବିବାହରେ ଯୋଗଦେଇ
ବରକନ୍ୟା ଙ୍କୁ ଆଶୀର୍ବାଦ କରିଥିଲେ l
ବର ଅଲେଖ
ଚନ୍ଦ୍ର ଙ୍କ ଘର ଛୋଟି ଅଞ୍ଚଳର ଚକରଘୁନାଥପୁର ଗାଁ ରେ । ସେ ଅଯୋଧ୍ୟା ନଗର ପୌରସଂସ୍ଥା ଦୃଷ୍ଟିହୀନ
ବିଦ୍ୟାଳୟର ଛାତ୍ର ଥିଲେ । ଏବେ ସେ ସେଠାରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି
କନ୍ୟା ଦମୟନ୍ତୀ ମଧ୍ଯ ଅଯୋଧ୍ୟା ନଗର ଗାଁ ର ବାସିନ୍ଦା l କନ୍ୟାଘରର ସର୍ତ୍ତ ଅନୁଯାୟୀ ବର ଚାକିରି
ପାଇବା ପରେ ଏହି ବିବାହ ଅନୁଷ୍ଠିତ ହୋଇଛି । ଏହି ବିବାହରେ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ
ବରଯାତ୍ରୀ ଭାବେ ଯୋଗଦେଇ ଥିଲେ । ସେହିପରି ଉଭୟ ପକ୍ଷରୁ ପରିବାର ଲୋକେ ମଧ୍ୟ ଉପସ୍ଥିତ ରହି ବରକନ୍ୟାଙ୍କୁ
ଆଶୀର୍ବାଦ ପ୍ରଦାନ କରିଥିଲେ
ଅଲେଖ ଓ ଦମୟନ୍ତୀଙ୍କର
ବୈବାହିକ ଜୀବନ ସୁଖମୟ ହେଉ... ଆମର ଏହି କାମନା..
0 Comments
Please do not enter any Spam Link in the comment Box ,